ଚିନ୍ତାରେ ଅଷ୍ଟ୍ରେଲିଆ ଖେଳାଳି : ଆଉ ୪ ମାସ ପରେ ପାଣ୍ଠିଶୂନ୍ୟ ହୋଇଯିବ କ୍ରିକେଟ ବୋର୍ଡ

0 90

ସିଡନୀ : କରୋନା ସଂକ୍ରମଣ ଯୋଗୁଁ ଅଷ୍ଟ୍ରେଲିଆର କ୍ରିକେଟ ବୋର୍ଡ ବର୍ତ୍ତମାନ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ବୋର୍ଡ ହାତରୁ ପାଣ୍ଠି କମିବା ଆରମ୍ଭ ହୋଇଗଲାଣି । କରୋନା ଯୋଗୁଁ ସବୁ କ୍ରିକେଟ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ ରାଜସ୍ୱ ସଂଗ୍ରହ ମଧ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ କୌଣସି ସୂତ୍ରରୁ ଟଙ୍କା ଆସୁନଥିବାରୁ ବୋର୍ଡର ଚିନ୍ତା ବଢିଯାଇଛି । ଏପରିକି ଯଦି ଲକଡାଉନ କଟକଣା ବଳବତ୍ତର ରହେ ତା’ହେଲେ ଆସନ୍ତା ୪ ମାସ ଭିତରେ ଅର୍ଥାତ୍ ଅଗଷ୍ଟ ମାସ ବେଳକୁ ଅଷ୍ଟେ୍ରଲିଆ କ୍ରିକେଟ ବୋର୍ଡ ସଂପୂର୍ଣ୍ଣ ଭାବେ ପାଣ୍ଠି ଶୂନ୍ୟ ହୋଇଯିବ । ଏଭଳି ଖବର ଗଣମାଧ୍ୟମରେ ଆସିବା ପରେ ତାହାକୁ ନେଇ ଦ୍ରୁତ ବୋଲର ଜୋସ ହେଜେଲଉଡ ଏବଂ ଅନ୍ୟ କେତେକ କ୍ରିକେଟର ଚିନ୍ତିତ ଓ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ହେଜେଲଉଡ କହିଛନ୍ତି ଯେ, ବର୍ତ୍ତମାନ ଆମେ ସମସ୍ତେ ଏକ ଅଦ୍ଭୁତପୂର୍ବ ସଂକଟର ସମ୍ମୁଖୀନ ହୋଇଛୁ । ଏଭଳି ସ୍ଥିତିରେ ଆମେ ସବୁ ଖେଳାଳି ବୋର୍ଡ ପଛରେ ଛିଡା ହେବୁ । ଏପରିକି ଆବଶ୍ୟକ ପଡିଲେ ବେତନ କାଟ୍ ପନ୍ଥା ମଧ୍ୟ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଷ୍ଟ୍ରେଲିଆରେ କେବଳ କ୍ରିକେଟ ନୁହେଁ ଅନ୍ୟ ସବୁ ପ୍ରକାର କ୍ରୀଡା କାର୍ଯ୍ୟକ୍ରମ ବାତିଲ୍ କରିଦିଆଯାଇଛି ।

hiranchal ad1
Leave A Reply

Your email address will not be published.

two × one =