ଏହି ରାଜ୍ୟରେ ଜଣେ ବି ପଜିଟିଭ୍ ନାହାନ୍ତି

0 86

ଗ୍ୟାଙ୍ଗଟକ : ରାଜଧାନୀ ନୂଆଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ,ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ବହୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ କରୋନାର ମୁକାବିଲା କରୁଥିବା ବେଳେ ଆଉ କେତେକ ରାଜ୍ୟର ସ୍ଥିତି ଯଥେଷ୍ଟ ଭଲ ରହିଛି । ଏପରିକି କେତେକ ରାଜ୍ୟରେ ସଂକ୍ରମଣ ସମସ୍ୟା ବିଲକୁଲ ନାହିଁ । ସିକିମ୍ ରାଜ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ରାଜ୍ୟରେ ଜଣେ ହେଲେବି ପଜିଟିଭ ନାହାନ୍ତି । ୭୦ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସେମାନେ ସମସ୍ତେ ନେଗେଟିଭ ବୋଲି ଜଣାପଡିଛି । ତେଣୁ ବର୍ତ୍ତମାନ ସୁଦ୍ଧା ସିକିମକୁ ସଂକ୍ରମଣ ପ୍ରବେଶ କରିପାରିନାହିଁ ବୋଲି ସରକାରୀ ଭାବେ କୁହାଯାଇଛି । ଚୀନରେ ସଂକ୍ରମଣ ଆରମ୍ଭ ହେବା ମାତ୍ରେ ସିକିମ ସରକାର କାଳବିଳମ୍ବ ନକରି ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଦେଇଥିଲେ । ସିକିମର ସୀମା ଆରପଟେ ଚୀନ ଦେଶ ରହିଥିବାରୁ ରାଜ୍ୟ ସରକାର ଜାନୁଆରୀ ମାସରୁ ହିଁ ସବୁ ପ୍ରବେଶ ପଥରେ ସ୍କ୍ରିନିଂ କାର୍ଯ୍ୟ ଆରମ୍ଭ କରିଦେଇଥିଲେ ଏବଂ ଏହାକୁ ବାଧ୍ୟତାମୂଳକ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen + one =