ପୁରୁଣା ଫଟୋ ଦେଖି ଭାବବିହ୍ୱଳ ହେଲେ ଗାଙ୍ଗୁଲି

0 84

କୋଲକତା : ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବହୁତ ଦିନ ତଳର ଏକ ପୁରୁଣା ଫଟୋ ଦେଖି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଖୁବ ଭାବବିହ୍ୱଳ ହୋଇପଡିଛନ୍ତି । ଏହି ଫଟୋରେ କ୍ରମାନ୍ୱୟରେ ସଚିନ ତେନ୍ଦୁଲକର, ନିଜେ ଗାଙ୍ଗୁଲ, ରାହୁଲ ଦ୍ରାବିଡ ଓ ଭିଭିଏସ୍ ଲକ୍ଷ୍ମଣ ଅଛନ୍ତି । ୱିଜ୍ ଡେନ୍ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଫଟୋଟିକୁ ପୋଷ୍ଟ କରିଛି । ଏହି ଫଟୋଟି ସେହି ସମୟରେ ଯେତେବେଳେ ଗାଙ୍ଗୁଲି ଅଧିନାୟକ ଦାୟିତ୍ୱରେ ଥିଲେ । ଏହି ୪ଜଣ କ୍ରିକେଟରଙ୍କ ମିଳିତ ଅନ୍ତର୍ଜାତୀୟ ମ୍ୟାଚ୍ ସଂଖ୍ୟା ୨୧୫୧ । ସେହିପରି ସେମାନେ ମିଳିତ ଭାବେ ଏକ ଲକ୍ଷରୁ ଅଧିକ ସ୍କୋର କରିଥିବା ବେଳେ ୨୪୭ଟି ଅନ୍ତର୍ଜାତୀୟ ଶତକ ମଧ୍ୟ କରିଛନ୍ତି । ଏଭଳି ଫଟୋ ଦେଖିବା ପରେ ତାଙ୍କର ସେହି ସମୟର କେତେକ କଥା ମନେ ପଡିଛି ଏବଂ ସେଥିପାଇଁ ସେ ଏହି ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ, ଏହାକୁ ଏକ ବିରଳ ଫଟୋ ବୋଲି କୁହାଯାଇପାରେ । ସେହି ସମୟରେ ଭାରତୀୟ କ୍ରିକେଟ ଏକ ଗୌରବମୟ ସମୟ ଦେଇ ଗତି କରୁଥିଲା ।

hiranchal ad1
Leave A Reply

Your email address will not be published.

19 − 14 =