ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ :ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ

0 114

ଦାରିଙ୍ଗବାଡି ,କରୋନା ପାଇଁ ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ ସମସ୍ତ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକୁ ସମ୍ପୂର୍ଣ ଭାବରେ ବନ୍ଦ କରାଯାଇଥିଲା ତେବେ ୨ୟ ପର୍ଯ୍ୟାୟ  ଲକଡାଉନ ଜାରିହେବା ପରେ କିଛିଟା କଟକଣା କୋହଳ କରାଯାଇ ମନରେଗା ଏବଂ ଉନ୍ନୟନ କାର୍ଯ୍ୟ ସାମାଜିକ ଦୁରତ୍ଵା ସହିତ ମାସ୍କ ପିନ୍ଧି କମ କରିବା ପାଇଁ ରାଜ୍ୟସରକାର ନିର୍ଦେଶ ଦେଇଥିଲେ ।ଏହି ନିର୍ଦେଶ ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ  ଏନେଇ ତତ୍ପରତା ଦେଖାଦେଇଛି । ଆଜି କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ  ନିର୍ଦେଶ କ ବିଶ୍ଵନାଥ ବାରିକ ଦାରିଙ୍ଗବାଡି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରକଳ୍ପ ନିର୍ଦେଶକ ଦାରିଙ୍ଗବାଡି ରେ ପହଞ୍ଚିବା ପରେ ପ୍ରଥମେ ବ୍ଲକରେ ଚାଲିଥିବା ମନରେଗା  କାର୍ଯ୍ୟର ସମୀକ୍ଷା କରିବା ସହିତ ମନରେଗା ଯୋଜନାରେ ଜଳ ସଂରକ୍ଷଣ କାର୍ଯ୍ୟ କରିବା ପାଇଁ ପ୍ରାଧାନ୍ୟ ଦେବା ପାଇଁ କହିଥିଲେ । ଏଥିସହିତ ପାନୀୟ ଜଳ  ,ଆବାସ ଯୋଜନା,ଜୀବିକା ମିଶନ ଆଦି ବିଭାଗର ସମୀକ୍ଷ୍ୟା କରିଥିଲେ ।ଏହାପରେ ସେ ଶ୍ରାନିକେତା ପଞ୍ଚାୟତ ଡାବୁଲମାହା ଗ୍ରାମରେ ନିର୍ମାଣଧିନ ଚେକଡ୍ୟାମ ଓ ଶିରୁଡିଜୋଡ଼ି ଚେକଡ୍ୟାମ କାର୍ଯ୍ୟର ତଦାରଖ କରିଥିଲେ ।ପ୍ରକଳ୍ପ ନିର୍ଦେଶକଙ୍କ ଏହି ଗସ୍ତ ସମୟରେ ଦାରିଙ୍ଗବାଡି ବିଡିଓ ଜଗଦୀଶ ଷଡଙ୍ଗୀ ଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ବବ୍ରୁବାହନ ବେହେରା ,ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ, ଦାରିଙ୍ଗବାଡ଼ି କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ l

hiranchal ad1
Leave A Reply

Your email address will not be published.

2 × five =