କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବୌଦ୍ଧଜିଲ୍ଲା ରାଇସ ମିଲର୍ସ ଆସୋସିଏସନ ତରଫରୁ ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ

0 704

ବୌଦ୍ଧ: ମହାମାରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ସହାୟତା ରାଶି ପ୍ରଦାନ କରାଯାଉଥିବାବେଳେ ଆଜି ବୌଦ୍ଧଜିଲ୍ଲା ରାଇସ ମିଲର୍ସ ଆସୋସିଏସନ ତରଫରୁ ୩ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ରାଣୀସତୀ ପେଡି ପ୍ରୋସେସିଂ ପ୍ରାଇଭେଟ ଲିମିଟେଡ ପକ୍ଷରୁୁ ୧ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ଓମ୍ ଶାନ୍ତି ପେଡି ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ, ବାଲାଜୀ ରାଇସ ଇଣ୍ଡଷ୍ଟ୍ରିଜ, ସେରାୱାଲି ରାଇସ ମିଲ ପ୍ରାଇଭେଟ ଲିମିଟେଡ, ମା ପାହାଡୱାଲି ରାଇସ ମିଲ୍, ଶ୍ରୀକ୍ରୀଷ୍ଣା ରାଇସ ଇଣ୍ଡଷ୍ଟ୍ରିଜ, ଗୋପୀନାଥ ରାଇସ ଇଣ୍ଡଷ୍ଟ୍ରିଜ, ମା ପେଡି ରାଇସ ଇଣ୍ଡଷ୍ଟ୍ରିଜ, ଅନ୍ନପୂର୍ଣ୍ଣା ରାଇସ ମିଲ୍ ୨୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲା ମିଲର୍ସ ଆସୋସିଏସନ ତରଫରୁ ସଭାପତି ଅଶୋକ କୁମାର ଅଗ୍ରୱାଲା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଚେକ୍ ପ୍ରଦାନ କରିଥିବାବେଳେ ସଂପାଦକ ଶଙ୍କର ପ୍ରସାଦ ମେହେର ଓ କୋଷାଧ୍ୟକ୍ଷ କମଲ ଅଗ୍ରୱାଲ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × 3 =