ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜିଙ୍କ ଦ୍ଵାରା ମାସ୍କ ପ୍ରସ୍ତୁତି

0 80

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ ଏଚ ଜି ର ଗ୍ରୁପ ସଦସ୍ୟ ମାନଙ୍କୁ ନେଇ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ମାସ୍କ ତିଆରି ହେବାକୁ ଥିବା ବେଳେ ମୋଟ 4 ଲକ୍ଷ ମାସ୍କ ତିଆରି କରାଯିବା କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଏହି ମାସ୍କ ତିଆରି କାର୍ଯ୍ୟ ପାରଳାଖେମୁଣ୍ଡିର ବିଭିନ୍ନ ଏସ ଏଚ ଜି ଗ୍ରୁପର 50ଜଣ ସଦସ୍ୟ ପ୍ରତିଦିନ 2500ରୁ ଅଧିକ ମାସ୍କ ତିଆରି କରୁଛନ୍ତି। ଲକ ଦାଉନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।ଗଜପତି ଜିଲ୍ଲାର ଜନସଂଖ୍ୟାକୁ ଦୃଷ୍ଟି ରେ ରଖି ମାସ୍କ ର ଅଭାବନୀୟ ପରିସ୍ଥିତିକୁ ପୂରଣ କରିବା ଏବଂ ଆଗାମୀ ଦିନରେ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଫେରନ୍ତା ଙ୍କ ପାଇଁ ପ୍ରଶାସନ ପକ୍ଷରୁ ଯୋଗାଇ ଦେବାକୁ ଥିବା ଯୋଗୁଁ ଏହି ମାସ୍କ ତିଆରି ବ୍ୟବସ୍ଥା ଚାଲିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି।

hiranchal ad1
Leave A Reply

Your email address will not be published.

1 × three =