କ୍ୱାରେଣ୍ଟାଇନରେ ୩୮ଜଣ ଗୁଜୁରାଟ ଫେରନ୍ତା

0 464

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଗୁଜୁରାଟ ଫେରନ୍ତା ସବୁ ୩୮ଜଣ ଶ୍ରମିକଙ୍କୁ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ବ୍ଲକସ୍ଥିତ କ୍ୱାରେଣ୍ଟାଇନ କେନ୍ଦ୍ର ମାନଙ୍କରେ ବର୍ତ୍ତମାନ ରଖାଯାଇଛି । ସେମାନେ ସୁରତ ସହରରୁ ପାଣ୍ଡ୍ୟା ଟ୍ରାଭେଲର୍ସର ଯାତ୍ରୀବସ ନଂ ଜିଜେ୧୯ଇ୯୧୦୧ ଯୋଗେ ରବିବାର ସକାଳେ ଫେରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ କୁଚିଣ୍ଡାରେ ୨୩ଜଣ ଓ ରେଢାଖୋଲରେ ୧୫ଜଣ ଓହ୍ଲାଇଛନ୍ତି । ବସ୍‌ରୁ ଓହ୍ଲେଇବା ପରେ ସେମାନେ ଉତ୍ସୁକହୋଇ ଏଣେତେଣେ ବୁଲିବାରୁ ସ୍ଥାନୀୟ ଲୋକମାନେ କରୋନା ସଂକ୍ରମଣ ଭୟରେ ଆତଙ୍କିତ ହୋଇଯାଇଥିଲେ । ଖବରପାଇ ସେଠାରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ସେମାନଙ୍କୁ ନିଜନିଜ ବ୍ଲକରେ ସ୍ଥାପିତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି ଆଗାମୀ ୧୪ଦିନ ପର୍ଯ୍ୟନ୍ତ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରାଯିବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ପ୍ରତି ବୟସ୍କ ବ୍ୟକ୍ତି ୧୨୦ ଟଙ୍କା ଓ ପ୍ରତ୍ୟେକ ଅଳ୍ପବୟସ୍କଙ୍କ ପାଇଁ ୧୦୦ଟଙ୍କା ପ୍ରତିଦିନ ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି । ସେମାନେ ସରକାରଙ୍କ କଥାମାନି ୧୪ଦିନ ପର୍କ୍ୟନ୍ତ ରହିଲାପରେ ପ୍ରତ୍ୟେକଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି ।

hiranchal ad1
Leave A Reply

Your email address will not be published.

four × 3 =