ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି କି ?

0 481

ଗୃହିଣୀ ଘର କାମ ସାରିବା ପରେ ବଳକା ସମୟକୁ କିପରି କାଟିବେ ଚିନ୍ତାରେ ଥାନ୍ତି । ଏଭଳି ମହିଳା ଚାହିଁଲେ ଘରେ ବସି ମଧ୍ୟ ରୋଜଗାର କରିପାରିବେ ।
ଟିଫିନ୍ ସିଷ୍ଟମ୍‌: ଯଦି ରୋଷେଇ ପ୍ରତି ବିଶେଷ ରୁଚି ରଖିଛନ୍ତି, ତେବେ ଏହାକୁ ରୋଜଗାର ପନ୍ଥା ପାଇଁ ବ୍ୟବହାର କଲେ ଲାଭ ପାଇବେ । ଏଥିପାଇଁ ଟିଫିନ୍ ସିଷ୍ଟମ୍ ବ୍ୟବସାୟ ବେଶ୍ ଭଲ ରହିବ । ପ୍ରଥମେ କମ୍ ଲୋକଙ୍କ ସହ ଏହି ବ୍ୟବସାୟ ଆରମ୍ଭ କରି କୌଣସି ହଷ୍ଟେଲ୍ କିମ୍ବା ଅଫିସ୍‌କୁ ପଠାଇବାର ବ୍ୟବସ୍ଥା କରିପାରିବେ ।

hiring


ଅନ୍‌ଲାଇନ୍ ରାଇଟିଂ: ଲେଖିବା ଏକ କଳା । ଯଦି ଲେଖା ପ୍ରତି ରୁଚି ରଖିଛନ୍ତି, ତେବେ ଘରେ ବସି ଅନ୍‌ଲାଇନ୍‌ରେ ଲେଖାଲେଖି କରି ରୋଜଗାରକ୍ଷମ ହୋଇପାରିବେ । ଯେପରିକି କଣ୍ଟେଣ୍ଟ୍ ରାଇଟିଂ, ଅନ୍‌ଲାଇନ୍ ରିଭ୍ୟୁ, ଆର୍ଟିକିଲ୍ ଇତ୍ୟାଦି । ଅନୁବାଦ ଶିଖିଥିଲେ ବିଭିନ୍ନ ସାଇଟ୍‌ରେ ଏହାର ଉପଯୋଗ କରି ରୋଜଗାର କରିପାରିବେ ।
ଘର ଭଡ଼ା: ଆଜିକାଲି ଘର ଭଡ଼ା ଦେଇ ଲୋକେ ବେଶ୍ କିଛି ଟଙ୍କା ରୋଜଗାର କରିପାରୁଛନ୍ତି । ଯଦି ଆପଣଙ୍କ ଘରେ ଖାଲିପଡ଼ିଛି, ତେବେ ତାକୁ ଭଡ଼ାରେ ଲଗାଇପାରିବେ । ଘରେ ୪ଚକିଆ ଯାନ କାମରେ ଲାଗୁନଥିଲେ, ଏହାକୁ ଭଡ଼ାରେ ଲଗାଇ ରୋଜଗାର କରିପାରିବେ ।
ଅନ୍‌ଲାଇନ୍ କୋଚିଂ: ଆଜିକାଲି ଅନ୍‌ଲାଇନ୍ କୋଚିଂର ଡିମାଣ୍ଡ୍ ବେଶ୍ ବଢ଼ିବାରେ ଲାଗିଛି । ଯଦି ପାଠପଢ଼ା ପ୍ରତି ଆଗ୍ରହ ଅଛି, ତେବେ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍ ଟ୍ୟୁସନ୍ କରି ରୋଜଗାର କରିପାରିବେ ।

ଟେଲରିଂ: ଘରେ ବସି ଟେଲରିଂ କାମ କରି ମଧ୍ୟ ରୋଜଗାରକ୍ଷମ ହୋଇପାରିବେ । ସିଲେଇ କାମ ଶିଖିଥିଲେ ଘରେ ମେଶିନ୍ ପକାଇ ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କୁ ଏ କ୍ଷେତ୍ରରେ ତାଲିମ୍ ମଧ୍ୟ ଦେଇପାରିବେ ।
ବିୟୁଟି ପାର୍ଲର୍‌: ଏବେ ବିୟୁଟି ପାର୍ଲର୍‌ର ଚାହିଦା ବେଶ୍ ଅଧିକ । ଯଦି ପାର୍ଲର୍ କୋର୍ସ କରିବା ପରେ କିଛି ଦିନ ପାର୍ଲର୍‌ରେ ଅଭ୍ୟାସ କରନ୍ତି, ତେବେ ନିଜ ଘରେ ଏହାକୁ ଖୋଲି ରୋଜଗାର କରିପାରିବେ । ଅଧିକ ରୋଜଗାର ହେବା ପରେ ପାଖରେ କାହାକୁ ସହାୟତା ପାଇଁ ମଧ୍ୟ ଘରେ ବସି ରୋଜଗାର ରଖିପାରିବେ ।

hiranchal ad1
Leave A Reply

Your email address will not be published.

15 − 11 =