ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ରୋଗୀଙ୍କ ଘରେ ପହଞ୍ଚିଲା ଔଷଧ

0 184

ବାଲିଗୁଡ଼ା: ବିଶ୍ବରେ ମହାମାରୀ କୋରାନା ନିଜର କାୟା ବିସ୍ତାର କରିଚାଲିଛି । ସମସ୍ତଙ୍କ ମନରେ ଗୋଟିଏ ଭୟ । କିଭଳି କରୋନା ସଂକ୍ରମଣରୁ ମିଳିବ ମୁକ୍ତି । ସାରା ଦେଶରେ ଏବେ ତାଲା ବନ୍ଦ । ଏଭଳି ପରିସ୍ଥିତିରେ ପ୍ରଶାସନିକ ଅଧିକାରୀ,ପୋଲିସ୍,ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ କରୋନା ଯୋଦ୍ଧା ସାଜି ଜରୁରୀ କାଳୀନ ସେବା ଯୋଗାଇ ଆସୁଛନ୍ତି । ସଂକ୍ରମଣ ଭୟ ସତ୍ତ୍ଵେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସଂସ୍ଥାର ନିର୍ଦେଶ କ୍ରମେ ସମସ୍ତ ଏଡସ୍ ରୋଗୀଙ୍କ ଘରେ ଔଷଧ ପହଞ୍ଚାଇବା ଉଦ୍ଦେଶ୍ୟରେ ବାଲିଗୁଡା ଆଇସିଟିସି କାଉନସିଲର ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା କର୍ତ୍ତବ୍ୟ ପରାୟଣ ହୋଇ ଦୁର୍ଗମ ଅଞ୍ଚଳକୁ ଯାଇ ରୋଗୀମାନଙ୍କ ଘର କୁ ଘର ବୁଲି ଔଷଧ ବଣ୍ଟନ କରିଛନ୍ତି। ଲକ୍ ଡାଉନ୍ ଯୋଗୁଁ ଗାଡ଼ି ମୋଟର ଚଳାଚଳ ଠପ୍ ହୋଇଯାଇଛି ।ଫଳରେ ଔିଷଧ ନେବାପାଇଁ ରୋଗୀ ଡାକ୍ତରଖାନା ପହଁଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଘରପାଖରେ ଔିଷଧ ପାଇଁ ଆଶ୍ୱସ୍ତି ଲାଭ କରିବାସହ ସ୍ବାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣିଇଛନ୍ତି ରୋଗୀ । ପ୍ରକାଶ ଥାଉ କି କନ୍ଧମାଳ ଜିଲ୍ଲାରେ ପାଖା ପାଖି ୧୦୦ ରୁ ଉର୍ଦ୍ଧ୍ୱ ଏଡସ୍ ରୋଗୀ ଥିବା ସୂଚନା ରହିଥିବାବେଳେ ମାତ୍ର ଗୋଟିଏ ବର୍ଷ ଭିତରେ ବାଲିଗୁଡା ଅଞ୍ଚଳରେ ୧୦ ରୁ ଉର୍ଦ୍ଧ୍ୱ ନୂଆ ରୋଗୀ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଏଭଳି ଆତଙ୍କିତ ସମରେ କର୍ତ୍ତବ୍ୟ ପରାୟଣ ହୋଇ ସେବା ଯୋଗାଇଥିବାରୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ସମ୍ପୃକ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ।

hiranchal ad1
Leave A Reply

Your email address will not be published.

sixteen − 14 =