ଲକଡାଉନ ଅବଧି ବଢାଇବା ନିଷ୍ପତ୍ତି ହୋଇନାହିଁ

0 123

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ରୋଗୀଙ୍କ ସଂଖ୍ୟା ୪ହଜାର ୪ଶହ ୨୧ ଅତିକ୍ରମ କରିସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୧୧୪ ଟପିଛି । ରୋଗୀ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଲକଡାଉନ ଅବଧି ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ସଂକ୍ରମଣ ନିୟନ୍ତ୍ରିତ ହେଉନଥିବାରୁ ଲକଡାଉନ୍ ଆହୁରି କିଛି ଦିନ ବଳବତ୍ତର ରହୁ ବୋଲି ସେମାନେ ଦାବି କରିଛନ୍ତି । ଏହି ଦାବି ଉପରେ କେନ୍ଦ୍ର ସରକାର ବର୍ତ୍ତମାନ ବିଚାର କରୁଛନ୍ତି । କିନ୍ତୁ ନିଷ୍ପତ୍ତି ହୋଇନାହିଁ । ଆଜି ଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଏହି ସୂଚନା ଦେଇଛନ୍ତି । ଲକଡାଉନ ଅବଧି ବଢାଇବା ପାଇଁ ବିଭିନ୍ନ ରାଜ୍ୟ ଚାହୁଁଥିବାରୁ ସେ ସଂପର୍କରେ ସରକାର କିଛି ବିଚାର ଆଲୋଚନା କରୁଛନ୍ତି କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସ୍ୱାସ୍ଥ୍ୟସଚିବ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଏହି ଭାଇରସ କୌଣସି ଔଷଧ ନାହିଁ, କେବଳ ଲକଡାଉନ ହିଁ ଏକମାତ୍ର ଉପାୟ । ଏହି ଲକଡାଉନ ସମୟରେ ସାମାଜିକ ଦୂରତା ରକ୍ଷା କରିବାର ନିୟମ ରହିଛି । ଆସନ୍ତା ୧୪ ତାରିଖରେ ଲକଡାଉନର ଅବଧି ଶେଷ ହେଉଛି । ତା’ପୂର୍ବରୁ ଯଦି କିଛି ନିଷ୍ପତ୍ତି ନିଆଯାଏ ତା\’ହେଲେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

3 × 4 =