ସମ୍ଭର ଉଦ୍ଧାର

0 103

ସମ୍ବଲପୁର : ଆଜି ସ୍ଥାନୀୟ ଧମା ଥାନା ଓ ଧମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖୀଣ୍ଡା ଗାଁ ର ପୋଖରୀରେ ଆଶ୍ରୟ ନେଇଥିବା ଗୋଟିଏ ବୟସ୍କ ସମ୍ଭରକୁ ଉଦ୍ଧାର କରାଯାଇଛି । କିଛି ଲୋକେ ଶିକାର କରିବା ଅପଚେଷ୍ଟା ରେ ତାହାକୁ ଆହତ କରି ପକାଇଥିଲେ । ଖବର ପାଇ ରେଞ୍ଜ ଅଧିକାରୀ ରଶ୍ମିରଞ୍ଜନ ବେହେରା କିଛି ଗାଁ ଲୋକଙ୍କ ସହଯୋଗ ରେ ତାକୁ ଉଦ୍ଧାର କରି ତାହାର ଚିକିତ୍ସା କରିଛନ୍ତି । ଜାଲ ପକାଇ ତାହାର ଉଦ୍ଧାର କରାଯାଇଥିଲା । ତାହାର ମୁହଁ ଉପରେ ଓ ପିଠିରେ କ୍ଷତ ହୋଇଥିଲା । ବର୍ତ୍ତମାନ ହରିଣଟି ରେଞ୍ଜ ଅଫିସରେ ସୁରକ୍ଷିତ ଅବସ୍ଥାରେ ଅଛି ।

hiranchal ad1
Leave A Reply

Your email address will not be published.

nineteen + eight =