ପୁରୁଣା ବଜାର କିଓସ୍କୋ ବ୍ୟାଙ୍କରେ ସାମାଜିକ ଦୂରତ୍ୱ କୁ ଅଣଦେଖା

0 70

ଭଦ୍ରକ : ପ୍ରଧାନମନ୍ତ୍ରୀ ଙ୍କ ଜନଧନ ଯୋଜନାରେ ମହିଳା ହିତାଧିକାରୀଙ୍କ ଖାତାକୁ ସ୍ୱତନ୍ତ୍ର ଭାବେ ଆସିଛି ୫୦୦ ଟଙ୍କା l ସ ଟ ଡାଉନ ର ୨୪ ଘଣ୍ଟା ପରେ ଆଜି ୨୬ନଂ ୱାର୍ଡ ପୁରୁଣା ବଜାର ମାଛ ମାର୍କେଟ ପାଖ ଚେତନା ପୀଠରେ ଥିବା କିଓସ୍କୋ ବ୍ୟାଙ୍କ ରେ ଗହଳି ସୃଷ୍ଟି ହୋଇ ସାମାଜିକ ଦୁରତାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି l କିଓସ୍କୋ ବ୍ୟାଙ୍କ ସମ୍ମୁଖରେ ମୁଣ୍ଡଫଟା ଖରାରେ ହିତାଧିକାରୀଙ୍କୁ ଅର୍ଥ ଗ୍ରହଣ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ତାଯୁବ କରିଛି । ସମସ୍ତ ପୁରୁଣା ବଜାର ସଟ୍ ଡାଉନ ଥିବା ବେଳେ ଏପରି ନକରାତ୍ମକ ଆଭୂମୁଖ୍ୟ ନେଇ ସାଧାରଣରେ ପ୍ରଶ୍ନ ଉଠିଛି l କରୋନା ଭାଇରସକୁ ନେଇ ସାମାଜିକ ଦୂରତ୍ୱ ବଜାୟ ରଖାଯିବା ଅନ୍ୟତମ ଆବଶ୍ୟକତା ପାଳଟିଥିବା ବେଳେ ଏଠି ବିଡମ୍ବନା ର ବିଷୟ ହୋଇଛି l

hiranchal ad1
Leave A Reply

Your email address will not be published.

20 − ten =