ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

0 672

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲାପାଳ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ବ୍ୟବସାୟୀମାନେ ବିକ୍ରି କରିବା ବେଳେ ସାମାଜିକ ଦୂରତା ଏକ ମିଟରରୁ ଊର୍ଦ୍ଧ୍ୱ ଗ୍ରାହକମାନଙ୍କ ମଧ୍ୟରେ ବଜାୟ ରଖିବେ, ଯଦି କୌଣସି ବ୍ୟକ୍ତି ଏଥିରୁ ବିଚ୍ୟୁତ ହେବେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରାଯିବା ସହ ଗ୍ରାହକମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନ୍ ଅନୁଯାୟୀ ଦଣ୍ଡ ବିଧାନ କରାଯିବ । ସେହିଭଳି ସକାଳ ୬ ଘଣ୍ଟା ଠାରୁ ୧୦ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୫ଟା ଟାରୁ ୭ଟା ପର୍ଯ୍ୟନ୍ତ ଜନସାଧାରଣ ଅତ୍ୟାବଶ୍ୟକୀୟ ଜିନିଷ କିଣିବା ପାଇଁ ବଜାରକୁ ମଟର ସାଇକେଲ୍ ବ୍ୟବହାର ନକରି ଚାଲିଚାଲି ଯିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।ସାଧାରଣ ଲୋକେ ବାହାରକୁ ବାହାରିଲା ବେଳେ ମାସ୍କ୍ ପିନ୍ଧିବାର ଆବଶ୍ୟକତା ରହିଛି । ନଚେତ୍ ଆଗାମୀ ଦିନରେ ମାସ୍କ୍ ନପିନ୍ଧିଲେ ଜରିମାନା ଦବୋକୁ ପଡ଼ିବ । ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସଜିଦ୍ ଚର୍ଚ୍ଚ କେବଳ ଠାକୁରଙ୍କ ନୀତିକାନ୍ତି ପାଇଁ ନିର୍ଦ୍ଧାରିତ ସମୟ ସକାଳ ୬ଟା ରୁ ୬ଟା ୩୦ ଏବଂ ସନ୍ଧ୍ୟା ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ସ୍ୱଳ୍ପ ସମୟ ପାଇଁ ଖୋଲା ରହିବ । ଏଥିରୁ ଯଦି କୌଣସି ପୂଜକ ବିଚ୍ୟୁତ୍ ହେବେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =