ଅସହାୟଙ୍କୁ ଖାଦ୍ୟ ବାଣ୍ଟିବେ ଟେନିସ ଖେଳାଳି

0 101

ସିଡନୀ: କରୋନା ଭାଇରସ ସଂକ୍ରମଣ ଯୋଗୁଁ ବିଭିନ୍ନ ଦେଶରେ ଲକଡାଉନ ଲାଗୁ କରାଯାଇଛି । ବହୁ ଗରିବ ଓ ଅସହାୟ ଲୋକମାନେ ଜୀବିକା ହରାଇ ଘରେ ବସିଛନ୍ତି । ରୋଜଗାର ନଥିବାରୁ ସେମାନେ ଖାଦ୍ୟ ପାଇପାରୁନାହାନ୍ତି । ଏଭଳି ସମୟରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁ ଖେଳାଳି ଓ କ୍ରୀଡାକ୍ଲବ ଆଗେଇ ଆସିଛନ୍ତି । ବିଶ୍ୱ ଟେନିସ୍ ଜଗତର ଲୋକପ୍ରିୟ ତାରକା ନିକ୍ କିରଜିଓସ ନିଜେ ବ୍ୟକ୍ତିଗତ ଭାବେ ଗରିବମାନଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି । ସେ କିଛି ମାସ ତଳେ ଅଷ୍ଟ୍ରେଲିଆରେ ହୋଇଥିବା ବୁସ୍ ଫାୟାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ଗରିବ ଲୋକଙ୍କୁ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିଥିଲେ । ବହୁ ପଶୁପକ୍ଷୀଙ୍କୁ ସେ ଖାଦ୍ୟ ମଧ୍ୟ ଦେଇଥିଲେ । ତେଣୁ ବର୍ତ୍ତମାନ ଲକଡାଉନ ସମୟରେ ଅସୁବିଧାରେ ଥିବା ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଲାଗି ସେ ନିଷ୍ପତ୍ତି ନେଇଛନ୍ତି । ଏହାଛଡା ବିଶ୍ୱର ବହୁ ଫୁଟବଲ, ଟେନିସ୍‌, ବକ୍ସିଂ ଓ କ୍ରିକେଟ କ୍ଲବ ମଧ୍ୟ ରିଲିଫ୍ ସାମଗ୍ରୀ ଯୋଗାଇ ଦେବା କାର୍ଯ୍ୟ ଆରମ୍ଭ କରିସାରିଲାଣି ।

hiranchal ad1
Leave A Reply

Your email address will not be published.

twelve + 8 =