ବିନା ଦର୍ଶକରେ ଆଇପିଏଲ ଖେଳାଯାଉ : ହରଭଜନ

0 98

ଅମୃତସର : ଆଇପିଏଲକୁ ନେଇ କ୍ରିକେଟର ହରଭଜନ ସିଂ ପ୍ରବଳ ବ୍ୟସ୍ତ ହୋଇପଡିଛନ୍ତି । ସେ ଦୀର୍ଘଦିନ ଧରି ପଡିଆ ବାହାରେ ଅଛନ୍ତି । ଖେଳିବା ପାଇଁ ବ୍ୟାକୁଳ ହୋଇଉଠିଲେଣି । ସୋସିଆଲ ମିଡିଆ ଜରିଆରେ ସେ କହିଛନ୍ତି ଯେ, ଆଇପିଏଲକୁ ବନ୍ଦ କରାନଯାଉ । ଆଇପିଏଲ ଯେମିତି ହେଉଥିଲା ସେହିଭଳି ଭାବରେ ହେଉ । ଏପରିକି ବିନା ଦର୍ଶକରେ ଆଇପିଏଲ ଖେଳାଗଲେ ମଧ୍ୟ କିଛି ଅସୁବିଧା ନାହିଁ । କିନ୍ତୁ ଖେଳାଳିମାନଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ଦରକାର । ହୋଟେଲ, ଷ୍ଟାଡିୟମକୁ ସାନିଟାଇଜିଂ କରାଯିବା ଦରକାର । ଯେଉଁମାନେ ଖେଳାଳିମାନେ ଆସିବେ ତାହାକୁ ମଧ୍ୟ ସାନିଟାଇଜିଂ କରାଯିବା ଆବଶ୍ୟକ । ଦର୍ଶକମାନେ ଷ୍ଟାଡିୟମକୁ ଆସିବା ଦରକାର ନାହିଁ । ଖେଳ ହେଲେ ସେମାନେ ଘରେ ବସି ଟିଭିରେ ତାହାକୁ ଉପଭୋଗ କରିପାରିବେ । ତେଣୁ ମୁଁ କେନ୍ଦ୍ର ସରକାର ଓ ବିସିସିଆଇକୁ ଅନୁରୋଧ କରୁଛି ଯେ, ସେମାନେ ଆଇପିଏଲକୁ ବନ୍ଦ ନ କରନ୍ତୁ ।

hiranchal ad1
Leave A Reply

Your email address will not be published.

four × 2 =