ଲକଡାଉନରେ ପୁଅ ସହ ଚେସ୍ ଖେଳୁଛନ୍ତି ହ୍ରିତିକ୍

0 115

ମୁମ୍ବାଇ : ଲକଡାଉନ ଯୋଗୁଁ ବର୍ତ୍ତମାନ ସମସ୍ତେ ନିଜ ଘରେ ଭିତରେ ଆବୋଧ । ତେଣୁ ଏହି ସମୟକୁ ଲୋକମାନେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବେ ଲକଡାଉନ ସମୟରେ ତାଙ୍କର ଅତିପ୍ରିୟ ଖେଳ ଚେସ୍ ଖେଳୁଛନ୍ତି । ନିଜ ପୁଅ ସହ ସେ ଭିନ୍ନ ଭିନ୍ନ ସମୟରେ ଚେସ୍ ଖେଳି ଲକଡାଉନ ଜନିତ ବିରକ୍ତିକର ସମୟକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି । ତାହାର ଏକ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ହ୍ରିତିକ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସବୁଠୁ ବଡ କର୍ତ୍ତବ୍ୟ ହେଉଛି କଟକଣାକୁ ପାଳନ କରିବା । କାରଣ ନିୟମ ଉଲ୍ଲଂଘନ କଲେ ନିଜେ ବିପଦକୁ ଆମନ୍ତ୍ରଣ କରିବା ଭଳି ହେବ । ବାହାରକୁ ଯିବା ଅର୍ଥ କରୋନାକୁ ଘରକୁ ଡାକି ନେଇଆସିବା । ଏହି କାରଣରୁ ମୁଁ ନିଜେ ଓ ପରିବାରର ସମସ୍ତ ସଦସ୍ୟଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛି । ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ, ସେମାନେ ମଧ୍ୟ ଘରେ ରୁହନ୍ତୁ ।

hiranchal ad1
Leave A Reply

Your email address will not be published.

1 − 1 =