ବିଭିନ୍ନ ଦେଶକୁ ପାରାସିଟାମଲ ପଠାଇବ ଭାରତ : କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

0 122

ନୂଆଦିଲ୍ଲୀ : ଦେଶରେ କରୋନା ରୋଗୀ ଓ ମୃତକଙ୍କ ସଂଖ୍ୟା ବଢୁଥିବା ବେଳେ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭାରତ ସରକାର କରୋନାର ମୁକାବିଲା ପାଇଁ ବିଭିନ୍ନ ଦେଶକୁ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହୃତ ଔଷଧ ଯୋଗାଇ ଦେବ । ଏହି ଔଷଧ ଗୁଡିକ ମଧ୍ୟରେ ପାରାସିଟାମଲ ଓ ହାଇଡ୍ରୋକ୍ସି କ୍ଲୋରୋକୋଇନ୍ ଅନ୍ତର୍ଭୁକ୍ତ । ଏହି ସବୁ ଔଷଧ ଆବଶ୍ୟକତା ଅନୁସାରେ ଆମେରିକା ସମେତ ବିଭିନ୍ନ ଦେଶକୁ ଯୋଗାଇ ଦିଆଯିବ ବୋଲି ବୈଦେଶିକ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ମଙ୍ଗଳବାର ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କର ଏଭଳି ନିଷ୍ପତ୍ତିକୁ କେତେକ ବିରୋଧୀ ଦଳ କଡା ସମାଲୋଚନା କରିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରଥମେ ଭାରତର ଆବଶ୍ୟକତା ପୂରଣ କରାଯିବା ଦରକାର । କାରଣ ଭାରତରେ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ତେଣୁ ଅନ୍ୟ ଦେଶଗୁଡିକ ଏଭଳି ଔଷଧ ଯୋଗାଇ ଦିଆଯିବା ପୂର୍ବରୁ ପ୍ରଥମେ ନିଜ ଦେଶ କଥା ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି । ପ୍ରକାଶଥାଉକି ମାର୍ଚ୍ଚ ୩ ତାରିଖରେ ରପ୍ତାନୀ ଉପରେ ଭାରତ ସରକାର କଟକଣା ଲାଗୁ କରିଥିଲେ । ତେବେ ଆମେରିକାରେ କରୋନା ପରିସ୍ଥିତି ସାଂଘାତିକ ହେବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମ୍ୟାଲେରିଆ ଔଷଧ ଯୋଗାଇ ଦେବା ଲାଗି ଭାରତକୁ ଅନୁରୋଧ କରିଥିଲେ । ଏପରିକି ଟ୍ରମ୍ପ ଭାରତକୁ ଧମକ ଦେଇ କହିଥିଲେ ଯେ, ଯଦି ରପ୍ତାନୀ ଉପରୁ କଟକଣା ପ୍ରତ୍ୟାହାର କରିଦିଆନଯାଏ ତା\’ହେଲେ ଆମେରିକା କଠୋର ପଦକ୍ଷେପ ଗ୍ରହଣ କରିବ । ତେବେ ଆମେରିକାର ଏଭଳି ଧମକକୁ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାତିର ନକରି କଟକଣା ଜାରି ରଖିଥିଲେ । ତେବେ ବର୍ତ୍ତମାନ ଆମେରିକା ଓ ଅନ୍ୟ କେତେକ ଦେଶରେ ପରିସ୍ଥିତି ଭୟଙ୍କର ହୋଇଉଠିଥିବାରୁ ମାନବିକତା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ରପ୍ତାନୀ ଉପରୁ କଟକଣା ଉଠାଇ ଦେଇଛନ୍ତି । ଏବଂ ମ୍ୟାଲେରିଆ ଔଷଧ ରପ୍ତାନୀ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 16 =