ଦେବୀଙ୍କ ଶରଣରେ ଗ୍ରାମବାସୀ: କରୋନାରୁ ରକ୍ଷା ପାଇଁ ପୂଜାପାଠ

0 270

ମହାମାରୀ କରୋନା ଆତଙ୍କ ପାରିଛି ସାରା ବିଶ୍ବକୁ ଚିନ୍ତିତ ନଗର ସହର ପୁରପଲ୍ଲୀ, ସାମାଜିକ ଦୂରତା ବଜାୟ ରଖିବା ଗାଁ ସୀମାକୁ ବନ୍ଦ କରିବା,ମାକ୍ସ ବାନ୍ଧିବା,ଘରେ ରହିବା ଆଦି ସରକାରୀ ନିର୍ଦେଶ ପାଳନ କରାଯାଉଛି କିନ୍ତୁ ଈଶ୍ବର ବିଶ୍ବାସୀ ଓଡିଆ ଲୋକେ ମହା ସଂକଟରୁ ରକ୍ଷା ପାଇଁ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ଗୁହାରି ନ କରି ରହିବେ କିପରି ? ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ବୁବେଲ ପଂଚାୟତର ବାହାଲବୁକା ଗାଁରେ କରୋନାରୁ ରକ୍ଷା ପାଇଁ ଗ୍ରାମ ଦେବୀଙ୍କ ଠାରେ ପୂଜାପାଠ କରିଥିବା ଜଣାଯାଏ I ମଣିଷର ସତର୍କତା ଓ ମାଙ୍କ ଆଶୀର୍ବାଦ ମହା ବିପଦରୁ ଉଦ୍ଧାର ବାଟ ବୋଲି କହିଛନ୍ତି I ଗ୍ରାମବାସୀ ଏହା ସହ କରୋନା ଲଢେଇ ଯୋଦ୍ଧା ଡାକ୍ତର ନର୍ସ ଆଦି ପାରାମେଡିକାଲ କର୍ମଚାରୀ , ପୋଲିସ୍ ,ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କୁ ଦେବୀ ସହାୟକ ହେବା ପାଇଁ ପୂଜାପାଠ କରିଥିବା କହି ସରକାରୀ ନିର୍ଦେଶ ପାଳନ କରିବାକୁ ନିବେଦନ କରିଛନ୍ତି I

hiranchal ad1
Leave A Reply

Your email address will not be published.

five × 5 =