ବୁଧବାରଠାରୁ ଭିମସାର ବୁର୍ଲାରେ କୋଭିଡ ପରୀକ୍ଷା ହେବ ଆରମ୍ଭ

0 175

ସମ୍ବଲପୁର :ଆଗାମୀ ବୁଧବାର ଏପ୍ରିଲ ୧୫ ତାରିଖରୁ ସ୍ଥାନୀୟ ଭିମସାରରେ କୋଭିଡ ଟେଷ୍ଟ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରା ଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ବରେ ଆସି ପହଞ୍ଚିଛି । ଏଥିପାଇଁ ପରୀକ୍ଷାଗାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଯିବା ସୂଚନା ମିଳିଛି । ଫେବୃଆରୀ ୨୫ ତାରିଖରେ ଏଠାରେ ପ୍ରଥମ ସନ୍ଦିଗ୍ଧ କରୋନା ରୋଗୀ ଅଣା ଯାଇଥିଲା ଓ ସେତେବେଳକୁ ଏଠାରେ କରୋନା ନୋଡାଲ ସେଣ୍ଟର ଘୋଷଣା ହୋଇ ସାରି ଥିଲା । ତାହାପରେ ନିୟମିତ ଅନ୍ତରାଳରେ ଏଠାକୁ ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ କରୋନା ରୋଗୀ ଆସି ପହଞ୍ଚି ଥିଲେ ମଧ୍ୟ ସେମାନଙ୍କ ସ୍ବାବ ଓ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର କୁ ପଠାଯାଉଛି, କାରଣ ଏପର୍ଯ୍ୟନ୍ତ ଏଠାରେ ଏହି ପରୀକ୍ଷା ପାଇଁ କୌଣସି ସୁବିଧା ନାହିଁ । ଏଠାରୁ ଏସବୁ ନମୁନା ପଠାଇଲା ପରେ ତାହାର ରିପୋର୍ଟ ପାଇଁ ଦୀର୍ଘ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ସେତେଦିନ ପର୍ଯ୍ୟନ୍ତ ସନ୍ଦିଗ୍ଧ ରୋଗୀ ଓ ତାଙ୍କର ପରିଜନଙ୍କୁ ଘୋର ଆଶଙ୍କାରେ ଦିଡ ଅତିବାହିତ କରିବାକୁ ପଡେ, ଏଥିରେ କୌଣସି ଦ୍ବିମତ ନାହିଁ । ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲା ସହିତ ଝାରଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଗାଁ ଲୋକେ ଉଚ୍ଚତର ଚିକିତ୍ସା ପାଇଁ ଭିମସାର ଉପରେ ଆଶ୍ରିତ ରହିଛନ୍ତି । ସମ୍ପନ୍ନ ଲୋକେ ସିନା ସାମାନ୍ୟ ଚିକିତ୍ସା ପାଇଁ ଭୁବନେଶ୍ବର, କଟକ କିମ୍ବା ରାଜ୍ୟ ବାହାରକୁ ଯାଇ ପାରୁଛନ୍ତି, ହେଲେ ଗରିବଙ୍କ ପାଇଁ ଭିମସାର ହି ଏକମାତ୍ର ସାହାଭରସା ରହିଛି । ଏହି ପରିପ୍ରେକ୍ଷୀରେ ଏଠାରେ କୋଭିଡ ପରୀକ୍ଷା ସୁବିଧା ଉପଲବ୍ଧ ହେଲେ ପ୍ରାୟ ୧.୫କୋଟିରୁ ଊର୍ଦ୍ଧ୍ଵ ଲୋକେ ଲାଭାନ୍ବିତ ହୋଇ ପାରିବେ ।

hiranchal ad1
Leave A Reply

Your email address will not be published.

3 × four =