କରୋନା ମୁକାବିଲା : ପଦ୍ମତୋଳା ବନ୍ୟପ୍ରାଣୀ ଅଭୟାରଣ୍ୟରେ ସାଧାରଣ ଚଳାଚଳ ସମୂର୍ଣ୍ଣ ବନ୍ଦ

0 138

ହରଭଙ୍ଗା: ବିଶ୍ୱ ଏବେ କରୋନାରେ ଆକ୍ରାନ୍ତ । ଏହି ସଂକ୍ରମିତ କରୋନାରେ ହଜାରହଜାର ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁମୁଖରେ ପଡିଛନ୍ତି । ଏହାକୁ ନେଇ ବିଶ୍ୱ ଚିନ୍ତାର କାରଣ ହୋଇପଡିଛି । ଏଥିରୁ କିପରି ଏହି ସଂକ୍ରାମିତ ରୋଗକୁ ରୋକ ଲଗାଯାଇପାରିବ ସେଥିପାଇଁ ସମଗ୍ର ଦେଶର ଚିନ୍ତାର କାରଣ ହୋଇପଡିଛି । ଏବେ କରୋନା ଭାଇରସ ଭାରତରେ ବଢୁଛି ମୃତକଙ୍କ ସଂଖ୍ୟା । ଏଦିଗରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରି କିପରି ଏହି ଭାଇରସକୁ ରୋକାଯାଇପାରିବ ବୋଲି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଲକ୍‌ଡାଉନ ଜାରିରହିଛି । ନିକଟରେ ଆମେରିକାର ଏକ ଚିଡିଆଖାନାରେ ବାଘଭଳି ବନ୍ୟଜନ୍ତୁ ଠାରେ କରୋନା ଭୂତାଣୁ ଦେଖାଦେବାପରେ ଓଡିଶାରେ ଥିବା ଚିଡିଆଖାନା ଓ ବିଭିନ୍ନ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ବନ୍ୟଜନ୍ତୁ ଉପରେ ସତର୍କତା ପଦକ୍ଷେପ ଗ୍ରହଣ କରାଯିବାକୁ ରାଜ୍ୟସରକାର ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

hiring

ଏଭଳି ନିର୍ଦ୍ଦେଶପରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଡିଭିଜନ ଅଧୀନରେ ଥିବା ବୌଦ୍ଧଜିଲ୍ଲାର ହରଭଙ୍ଗାବ୍ଲକର କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ କୁଶଙ୍ଗ ରେଞ୍ଜ ଅଧୀନରେ ଥିବା ସାତକୋଶିଆ ଓ ପଦ୍ମତୋଳା ଅଭୟାରଣ୍ୟ ମଧ୍ୟରେ ଥିବା ବାଘ, ହାତୀ, ସମ୍ବର, ଗୟଳ, ହରିଣ, କୁଟୁରା ଆଦି ପଶୁ ଓ ବିଭିନ୍ନ ପ୍ରଜାତିର ପଶୁପକ୍ଷୀମାନେ ଏଠାରେ ବିପୁଳ ସଂଖ୍ୟାରେ ଏହି ଅଭୟାରଣ୍ୟ ମଧ୍ୟରେ ଅଛନ୍ତି । ବିଶେଷକରି ଏହି ଅଭୟାରଣ୍ୟ ମଧ୍ୟରୁ ପର୍ଯ୍ୟଟକମାନଙ୍କୁ ଏବଂ ଯାତାୟତ ବନ୍ଦ କରିବାସହ ଏହି ଅଭୟାରଣ୍ୟ ଭିତରେ ଥିବା ୧୭ଟି ଗାଁ ଗୁଡିକୁ ନିକଟରେ ଫେରିଥିବା ଲୋକଙ୍କ ଉପରେ ଗତିବିଧି ଉପରେ ବନ୍ୟପ୍ରାଣୀ ବିଭାଗ ସତର୍କ ଦୃଷ୍ଟିଦେବାକୁ ନୟାଗଡ ବନ୍ୟପ୍ରାଣୀ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳକୁ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି ବୋଲି ଡିଏଫଓ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 5 =