ଲକଡାଉନରେ ଖୁବ ମଜା କରୁଛନ୍ତି ବନ୍ୟ ଜୀବଜନ୍ତୁ, ଦେଖନ୍ତୁ ଭିଡିଓ ପସନ୍ଦ ଆସିବ

0 333

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ପାଇଁ ସାରା ବିଶ୍ୱରେ ହାହାକାର ଖେଳିଯାଇଛି । ଏହି ଭାଇରସ କାରଣରୁ ବିଶ୍ୱରରେ ପାଖାପାଖି ଏକଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେହିପରି ଭାରତରେ ଏହି ଭାଇରାସ ପ୍ରଭାବରେ ୫ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୨ଶହରୁ ଅଧିକ ମୃତ୍ୟୁବରଣ କରିଛନ୍ତି । କରୋନା ଭାଇରସକୁ ରୋକିବା ପାଇଁ ଭାରତ ସହିତ ୧୨ରୁ ଅଧିକ ଦେଶରେ ଲକଡାଉନ ଜାରି ରହିଛି । ଏଇଥି ପାଇଁ ଜୀବନଯାତ୍ରା ପ୍ରଭାବିତ ହୋଇଛି । କିନ୍ତୁ କରୋନା ଭାଇରସ ଯୋଗୁଁ ପ୍ରକୃତି ସ୍ୱଚ୍ଛ ଓ ପ୍ରଦୂଷଣ ସ୍ତର ମଧ୍ୟ କମିଛି । ଏହା ସହିତ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ସୁଖକର ପରିସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଏବେ ବହୁତ ଭିଡିଓ ଭାଇରାଲ ହେଉଛି ।

hiring

ଯେଉଁଥିରେ ସହର ଭିତରେ ଜୀବଜନ୍ତୁ ପ୍ରବେଶ କରି ଅଚିନ୍ତାରେ ବିଚରଣ କରୁଛନ୍ତି । ସେହିପରି ଜୀବଜନ୍ତୁ ବିନା ଭୟରେ ରାସ୍ତା ଅତିକ୍ରମ କରୁଥିବା ମଧ୍ୟ ଭିଡିଓ ଭାଇରାଲ ହେଉଛି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ବିନା କୌଣସି ଭୟରେ ଏକ ହାତୀପଲ ରାସ୍ତା ଅତିକ୍ରମ କରୁଛନ୍ତି । ଏହି ଭିଡିଓକୁ ବନ ଅଧିକାରୀ ପ୍ରବୀଣ କାସବାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି-ଏମିତି ହି ହେବାର କଥା । ଯଦି ସଡକ ଜନମାନସଙ୍କ ପାଇଁ ବନ୍ଦ ହୋଇଯାଏ ତେବେ ହାତୀମାନେ ଏକାଠି ହୋଇ ସଡକ ଅତିକ୍ରମ କରିପାରନ୍ତେ । ପ୍ରବୀଣଙ୍କ ଏହି ଭିଡିଓ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ୭୪୪ଜଣ ଲାଇକ୍ କରିଛନ୍ତି । ସେହିପରି ୮୪ଜଣ ରିଟ୍ୱିଟ୍ କରିଛନ୍ତି । କେତେକ ଲୋକ କମେଣ୍ଟ କରି ଭିଡିଓ ଉତ୍ତୋଳନ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − fourteen =