କରୋନା ନିରାକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଅନୁଦାନ ଦେଲା ପାରାଦୀପ ପୋର୍ଟ ବଣିକ ସଂଘ

0 86
ପାରାଦୀପ - ସାମ୍ପ୍ରତିକ ପରିସ୍ଥିତି ରେ କରୋନା ନିରାକରଣ ନିମନ୍ତେ ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଅନୁଦାନ ପ୍ରଦାନ କରାଯାଇଛି।

ଏପ୍ରିଲ ୧୧ ତାରିଖ ମଧ୍ୟାହ୍ନରେ ପୋର୍ଟ ବଣିକ ସଙ୍ଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ମଧୁବନ ସ୍ଥିତ ପାରାଦୀପ ର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ଡକ୍ଟର କାହ୍ନୁ ଚରଣ ଧୀର ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ବ୍ୟାଙ୍କ ଚେକ ପ୍ରଦାନ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଧୀର ପୋର୍ଟ ବଣିକ ସଙ୍ଘର ଏଭଳି ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ ଏବଂ ସଙ୍ଘର ତଥା ବ୍ୟବସାୟୀ ମାନଙ୍କ ଶୁଭ କାମନା କରିଥିଲେ।

hiranchal ad1
Leave A Reply

Your email address will not be published.

5 × 3 =