ନାଟକ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

0 155

ବୈାଦ୍ଧ,:ଆଜି ବୌଦ୍ଧର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଙ୍ଗାଧର ମେହେର ବୁଟୁପାଲି ତରଫରୁ କରୋନାକୁ ନେଇ ନାଟକ ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରରେ ଚାଲିଥିବା ଅସ୍ଥାୟୀ ବଜାର ଛାପାଖାନା ପଡିଆ ଓ ବସଷ୍ଟାଣ୍ଡ ଠାରେ ଏହି ନାଟକ ପରିବେଷଣ କରାଯାଇଥିଲା । ପ୍ରଦର୍ଶିତ ହୋଇଥିବା ନାଟକରେ ଯମରାଜ ଭୁମିକାରେ ଇନ୍ଦ୍ରମଣି ମେହେର, ଚିତ୍ରଗୁପ୍ତ ଭାବେ ସୁଦର୍ଶନ ହୋତା, ଦୂତଭାବେ ଗୋପାଳ ମେହେର, କରୋନା ରାକ୍ଷାସ ଭାବେ ରାମଚନ୍ଦ୍ର ମେହେର ନିଖୁଣ ଅଭିନୟ କରିଥିଲେ ।

hiring

ଉପସ୍ଥିତ ଜନସାଧାରଣଙ୍କୁ ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ, ମାସ୍କ ପିନ୍ଧିବାକୁ, ବାହାରୁ ଘରକୁ ଗଲେ ସାବୁନରେ ହାତ ଧୋଇବା, ଜିନିଷ କିଣାକିଣି କରିବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ନେଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଏସପି ଭି.ରଘୁନାଥ ରାଓ, ସିଡିଏମଓ ଡା.ଲକ୍ଷ୍ମୀଧର ସାହୁ ଉପସ୍ଥିତ ଥିଲେ । ସଂଗଠନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 3 =