ସଚେତନ ହେଲେ ଯୁବସମାଜ : ନିଜ ଗାଁକୁ ସୁରକ୍ଷା ଦେବା ପାଇଁ ଅଣ୍ଟାଭିଡିଲେ

0 148

ବାଲିଗୁଡ଼ା: ମହାମାରୀ କୋରୋନା କୁ ନେଇ ସାରାଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ପ୍ରଶାସନିକ ସ୍ତରରେ ଗାଁ ଠୁ ସହର ସବୁଠି ଲୋକଙ୍କୁ କରାଯାଇଛି ସଚେତନ । ହେଲେ ଏବେବି ଅନେକ ଅଞ୍ଚଳ ରହିଛି ଯେଉଁଠି ଆଜିବି ଲୋକେ କୌଣଶି ନିୟମ ମାନୁନାହାନ୍ତି । ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ଅଞ୍ଚଳବାସୀଙ୍କୁ କିଛି ଫରକ ପଡ଼ୁଛନ୍ତି । ଏଭଳି ସ୍ଥିତିରେ ଏମିତି କିଛି ଗାଁ ଅଛି ଯେଉଁଠି ଯୁବକମାନେ ନିଜ ଗାଁ କୁ ସୁରକ୍ଷା ଦେବାକୁ ନିଜେ ଅଣ୍ଟା ଭିଡିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ମିଡ଼ିଆକିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

hiring

ଯେଉଁଠି ଗାଁ ର କିଛି ଯୁବକ ଏକାଠି ହୋଇ ଗାଁ ଲୋକଙ୍କୁ ସଚେତନ କରାଇବା ସହ ଲକ୍ ଡାଉନ୍ ପାଳନ କରୁଛନ୍ତି । ଗାଁ ମୁଣ୍ଡରେ ଗେଟ୍ ତିଆରି କରି ବାହାରୁ ଆସୁଥିବା ଲୋକଙ୍କୁ ଅଟକାଇ ଭଲଭାବରେ ହାତ ଧୁଆଇ ସାନିଟାଇଜ୍ କରାଇବା ସହ କରୋନା ଭୁତାଣୁ ସମ୍ବନ୍ଧରେ ସଚେତନ କରାଉଛନ୍ତି ଏବଂ ତା’ପରେ ଗାଁ ଭିତରକୁ ଛାଡୁଛନ୍ତି । ଗ୍ରାମାଞ୍ଚଳର ଯୁବକଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବାସହ ଏହା ସହରିଆ ଅମାନିଆଙ୍କ ପାଇଁ ଏକ ଉଦାହରଣ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 3 =