୫୦ହଜାର ଜୀବନ ବଞ୍ଚାଇଛି ସାମାଜିକ ଦୂରତା

0 96

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ଓ ଏହାର ପ୍ରକୋପ ସଂପର୍କରେ ଏକ ଚାଞ୍ଚଲ୍ୟକର ଓ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ୟୁରୋପୀୟ ଦେଶର ଆଗୁଆ ସତର୍କତାମୂଳକ ପଦକ୍ଷେପ ଯଥା ସାମାଜିକ ଦୂରତା, ଶିକ୍ଷାନୁଷ୍ଠାନ ବନ୍ଦ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଯୋଗୁଁ ୟୁରୋପ ମହାଦେଶରେ ଅତିକମରେ ୫୯ହଜାର ଲୋକଙ୍କ ଜୀବନକୁ ବଞ୍ଚାଇ ଦିଆଯାଇପାରିଛି । ଇମ୍ପେରିଆଲ୍ କଲେଜ (ଲଣ୍ଡନ)ର ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ନୂଆ ସର୍ଭେ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ୧୧ଟି ୟୁରୋପୀୟ ଦେଶରେ ଏଭଳି ସାମାଜିକ ଦୂରତା ପଦକ୍ଷେପ ଯୋଗୁଁ ୫୯ହଜାର ଲୋକଙ୍କ ମୃତ୍ୟୁକୁ ଏଡାଇବା ସମ୍ଭବ ହେବା ଏକ ଆଶ୍ଚର୍ଯ୍ୟଜନକ ବିଷୟ । ବିଶେଷଜ୍ଞମାନେ ଏକ ନୂଆ ପଦ୍ଧତିକୁ ଆଧାର କରି ହିସାବ କରିଥିଲେ । ସେମାନେ ଆକଳନ କରିଥିଲେ ଯେ, ସାମାଜିକ ଦୂରତା ଭଳି ସତର୍କତାମୂଳକ ପଦକ୍ଷେପ ଦ୍ୱାରା ୨୧ହଜାରରୁ ୧ଲକ୍ଷ ୨୦ହଜାର ପର୍ଯ୍ୟନ୍ତ ମୃତକୁ ଏଡାଇ ଦିଆଯାଇପାରିବ । ତେବେ ଆକାଳନ ଅନୁଯାୟୀ ମାର୍ଚ୍ଚ ଶେଷ ସୁଦ୍ଧା ୫୯ହଜାର ମୃତ୍ୟୁକୁ ଏଡାଇ ଦିଆଯାଇପାରିଛି । ଯଦି ଏଭଳି କଟକଣା ଅଧିକ ଦିନ ବଳବତ୍ତର ରହେ ତା’ହେଲେ ଆହୁରି ବହୁ ଲୋକଙ୍କ ମୃତ୍ୟୁକୁ ଏଡାଇ ଦିଆଯାଇପାରିବ । ସଂକ୍ରମଣ ଯେତେ ତଳସ୍ତରକୁ ଖସିଆସିବ ମୃତ୍ୟୁସଂଖ୍ୟା ସେତିକି କମି କମି ଚାଲିବ । ଆମ ଆକଳନ ଅନୁଯାୟୀ ଏହି ମହାମାରୀ କରୋନା ଭାଇରସରେ ୭ରୁ ୪୩ ନିୟୁତ ମଧ୍ୟରେ ଲୋକ ସଂକ୍ରମିତ ହୋଇଛନ୍ତି । ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥିତିକୁ ନେଇ ଏହି ହିସାବ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି । କରୋନାର ପ୍ରଭାବ ଭୟଙ୍କର କିନ୍ତୁ ଯଦି କଟକଣା ଲଗାଯାଇନଥାନ୍ତା ତାହେଲେ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାନ୍ତା । ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ପଦକ୍ଷେପ ବଳବତ୍ତର ରହିବା ନିହାତି ଜରୁରୀ ବୋଲି ଏଥିରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

eight + 2 =