ସଂକ୍ରମଣରେ କେରଳ ନମ୍ବରୱାନ, ଅନ୍ୟ ରାଜ୍ୟ ସ୍ଥିତି ସଂପର୍କରେ ଜାଣନ୍ତୁ

0 640

ନୂଆଦିଲ୍ଲୀ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସଂକ୍ରମଣରେ କେରଳ ରାଜ୍ୟ ଶୀର୍ଷରେ ରହିଛି । ପୂର୍ବରୁ ମହାରାଷ୍ଟ୍ର ଶୀର୍ଷରେ ଥିଲା । କିନ୍ତୁ ବର୍ତ୍ତମାନ କେରଳ ୨୦୨ ସଂକ୍ରମିତଙ୍କ ସହ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଅଛି । ମହାରାଷ୍ଟ୍ରରେ ୧୯୮ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇସାରିଲାଣି । ଏହି ରାଜ୍ୟରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି । ସେହିପରି ତୃତୀୟ ସ୍ଥାନରେ ଅଛି ରାଜଧାନୀ ନୂଆଦିଲ୍ଲୀ । ସେଠାରେ ରୋଗୀଙ୍କ ସଂଖ୍ୟା ୮୭ରେ ପହଞ୍ଚିଲାଣି । ୨ଜଣ ପ୍ରାଣ ହରାଇଛନ୍ତି । ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳ ବର୍ତ୍ତମାନ ସବୁଠୁ ବିପଦଜନକ ଅଂଚଳରେ ପରିଣତ ହୋଇଛି । କାରଣ ଏଠାରେ ମୁସଲମାନଙ୍କର ଏକ ଧର୍ମ କାର୍ଯ୍ୟକ୍ରମରେ ୨ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ । ଏମାନେ ବିଭିନ୍ନ ଦେଶରୁ ଓ ରାଜ୍ୟରୁ ଆସି ତବଲିଗ ଜମାତରେ ଭାଗ ନେଇଥିଲେ । କର୍ନାଟକ ଚତୁର୍ଥ ସ୍ଥାନ ଅଛି । ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୮୩ରେ ପହଞ୍ଚିଥିବା ବେଳେ ୩ଜଣ ପ୍ରାଣ ହରାଇଛନ୍ତି । ଉତ୍ତରପ୍ରଦେଶରେ ୮୨ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଲେଙ୍ଗାନାରେ ରୋଗୀଙ୍କ ସଂଖ୍ୟା ବଢୁଛି । ଏହା ୭୧ରେ ପହଞ୍ଚିଥିବା ବେଳେ ମାତ୍ର ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜୁରାଟରେ ୭୯ ରୋଗୀଙ୍କ ଚିହ୍ନଟ କରାଯାଇଥିବା ବେଳେ ତାମିଲନାଡୁରେ ୬୭, ରାଜସ୍ଥାନରେ ୫୯, ଜାମ୍ମୁ କାଶ୍ମୀରରେ ୪୮, ମଧ୍ୟପ୍ରଦେଶ ୪୭, ହରିୟାଣାରେ ୩୬, ପଞ୍ଜାବ ୩୮, ଆନ୍ଧ୍ରପ୍ରଦେଶପେ ୨୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ରୋଗୀଙ୍କ ସଂଖ୍ୟାବଢୁଛି ।

hiranchal ad1
Leave A Reply

Your email address will not be published.

three × two =