କରୋନା ଯୋଦ୍ଧାଙ୍କ ପାଇଁ ଲଣ୍ଡା ହେଲେ ୱାର୍ଣ୍ଣର, କୋହଲିଙ୍କୁ ଦେଲେ ଚ୍ୟାଲେଞ୍ଜ

0 115

ସିଡନୀ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ସେବା କରୁଛନ୍ତିା ସୁରକ୍ଷା କର୍ମୀମାନେ ମଧ୍ୟ ଏହି ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କର ଏଭଳି ମହାନ୍ କାର୍ଯ୍ୟକୁ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ ଡାଭିଡ୍ ୱାର୍ଣ୍ଣର ଉଚ୍ଚ ପ୍ରଶଂସା କରିଛନ୍ତି । କେବଳ ପ୍ରଶଂସା କରିନାହାନ୍ତି ସେମାନଙ୍କ ମନବଳ ବଢାଇବା ପାଇଁ ସମର୍ଥନ ଦେବାକୁ ଯାଇ ୱାର୍ଣ୍ଣର ଲଣ୍ଡା ମଧ୍ୟ ହୋଇଛନ୍ତି ।

hiring

ଏହାର ଏକ ଫଟୋ ସେ ପୋଷ୍ଟ କରିଛନ୍ତି । ଅନ୍ୟମାନେ ମଧ୍ୟ କରୋନା ଯୋଦ୍ଧା ତଥା ମେଡିକାଲ ପ୍ରଫେସନାଲ ମାନଙ୍କୁ ଏଭଳି ସମର୍ଥନ ଜଣାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ବିଶେଷକରି ଭାରତର ଅଧିନାୟକ ବିରାଟ କୋହଲି ଓ ନିଜ ଦେଶର ଷ୍ଟିଭ୍ ସ୍ମିଥଙ୍କୁ ଚ୍ୟାଲେଞ୍ଜ ଦେଇ ୱାର୍ଣ୍ଣର କହିଛନ୍ତି ଯଦି ଦମ୍ ଅଛି ତା’ହେଲେ ମୋ ଭଳି ଲଣ୍ଡା ହୋଇ ଦେଖାଅ ।ୱାର୍ଣ୍ଣରଙ୍କର ଏଭଳି ମେସେଜ୍ କ୍ରିକେଟ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

2 × two =