୨୬ ତାରିଖ ସୁଦ୍ଧା ଘର ଘର ଯାଇ ବହି ବାଣ୍ଟିବେ ଶିକ୍ଷକ

0 251

ବୌଦ୍ଧ : ସାମାଜିକ ଦୂରତାକୁ ପାଳନ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାମାନଙ୍କ ଘରକୁ ଘର ବୁଲି ପାଠ୍ୟ ପୁସ୍ତକ ବାଣ୍ଟିବେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ । ଏଭଳି ଜରୁରୀ ଆଦେଶ ଦେଇଛନ୍ତି ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଗେନ୍ଦରା କୁଜୁର । ବର୍ତ୍ତମାନ ପାଠ୍ୟପୁସ୍ତକ ସମସ୍ତ ସିଆରସିସି ସ୍ତରରେ ପହଞ୍ଚି ଯାଇଥିବା ବେଳେ ସେଠାରୁ ନେଇ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଘରକୁ ଯାଇ ଅପ୍ରେଲ ୨୬ ତାରିଖ ସୁଦ୍ଧା ଶତ ପ୍ରତିଶତ ବଣ୍ଟନ କରାଯାଇଛି ବୋଲି ପ୍ରମାଣପତ୍ର ପ୍ରଦାନ କରିବାକୁ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି ।

hiring

ସେହିପରି ବହି ବଣ୍ଟନ କରାଗଲା ବୋଲି ସିଆରସିସିମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ପ୍ରମାଣପତ୍ର ଦେବେ ଓ ବିଇଓମାନେ ଶତପ୍ରତିଶତ ଛାତ୍ର ତାଙ୍କ ବ୍ଲକ ପରିସୀମା ମଧ୍ୟରେ ବହି ପାଇଛନ୍ତି ବୋଲି ଡିପିସିଙ୍କୁ ପ୍ରମାଣପତ୍ର ଦେବେ । ଏହାପରେ ଡିପିସି ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବେ । ବିଦ୍ୟାଳୟ ଛୁଟି ଥିବାରୁ ଛାତ୍ରଛାତ୍ରୀଙ୍କୁ ବହି ଦିଆଗଲେ ସେମାନେ ଛୁଟି ସମୟରେ ବହି ପଢିପାରିବାର ଲକ୍ଷ୍ୟ ନେଇ ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ଲକଡାଉନ ଯୋଗୁଁ ଛୁଟିର ମଜା ନେଉଥିବା ଶିକ୍ଷକଶିକ୍ଷୟତ୍ରୀମାନେ ଏବେ ପାଠ୍ୟପୁସ୍ତକ ବୋହି ପିଲାମାନଙ୍କ ଘରକୁ ଖରାରେ ବୁଲି ବୁଲି କେମିତି ବାଣ୍ଟୁଛନ୍ତି ଦେଖିବାର କଥା । ବହୁ ପୂର୍ବରୁ ବହି ନେଇ ବାଣ୍ଟିବା ପାଇଁ ଆଦେଶ ହୋଇଥିଲେ ମଧ୍ୟ କେତେକ ଶିକ୍ଷକ ସେଥିରେ ଆଗ୍ରହ ପ୍ରକାଶ କରିନଥିଲେ । ଅନ୍ୟ ଏକ ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅନ୍ୟ ଜିଲ୍ଲାର କିଛି ଶିକ୍ଷକ ଲକଡାଉନର ସୁଯୋଗ ନେଇ ଜିଲ୍ଲା ଛାଡି ନିଜ ନିଜ ଘରକୁ ବିନା ଅନୁମତିରେ ଚମ୍ପଟ ମାରିଛନ୍ତି । ଏବେ ସେମାନଙ୍କୁ କାର୍ଯ୍ୟସ୍ଥଳକୁ ଫେରି ବହି ବାଣ୍ଟିବାର ଆବଶ୍ୟକତା ଥିବାବେଳେ କେବେ ଆସୁଛନ୍ତି ଦେଖିବାର କଥା ।

hiranchal ad1
Leave A Reply

Your email address will not be published.

nineteen + one =