ଭଦ୍ରକରେ ନୂଆ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୨ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା

0 101

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ଆଜି ଆଉ ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମ୍ୟାପରେ ସୂଚନା ଦିଆଯାଇଛି । ଫଳରେ ଏହି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୧ରେ ପହଞ୍ଚିଛି । ଏହି ୩ ନୂଆ ଆକ୍ରାନ୍ତ ବାସଦେବପୁର ଅଂଚଳ ହୋଇଥିବାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ଏହାର ଆଉ ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ସୂଚନାଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ପଜିଟିଭ୍ ହେଲେ ଲୁଙ୍ଗା, ଅଢୁଆଁ ଓ ଲକ୍ଷ୍ମୀଦାସପୁର ପଞ୍ଚାୟତର ବାସିନ୍ଦା । ପୂର୍ବରୁ ଲକ୍ଷ୍ମୀଦାସପୁର କଣ୍ଟେନମେଣ୍ଟ ଜୋନରେ ଥିବା ବେଳେ ଆଜି ଲୁଙ୍ଗା ଓ ଅଢୁଆଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆକ୍ରାନ୍ତମାନଙ୍କୁ ବାସୁଦେବପୁର ହାଇସ୍କୁଲରେ ଥିବା ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଜିଲ୍ଲା ପ୍ରଶାସନ ଏମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛନ୍ତି । ଏହି ତିନି ଆକ୍ରାନ୍ତ ସମସ୍ତେ କୋଲକତା ଫେରନ୍ତା । ଏମାନେ ପୁରୁଷ ଓ ଏମାନଙ୍କର ବୟସ ଯଥାକ୍ରମେ ୩୫, ୪୦ ଓ ୫୫ ବର୍ଷ ।

hiranchal ad1
Leave A Reply

Your email address will not be published.

eighteen − 11 =