କନ୍ଧମାଳରେ କାଳ ବୈଶାଖୀର ତାଣ୍ଡବ

0 252

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ କାଳ ଵୈଶାଖୀର ତାଣ୍ଡବ । ଗୋଟିଏ ପଟେ ଲକ୍ ଡାଉନ୍ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ତା ଉପରେ କାଳ ବୈଶାଖୀ ମାଡ଼ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳ ଵୈଶାଖୀ ତାଣ୍ଡବ ରଚିଛି । ବିଜୁଳି ଘଡ଼ଘଡ଼ି ସହ ପବନ ବର୍ଷା ଯୋଗୁଁ ଜିଲ୍ଲାର କୋଟଗଡ଼, ତୁମୁଡ଼ିବନ୍ଧ,ଦାରିଙ୍ଗିବାଡ଼ି,କ.ନୁଆଗାଁ ବ୍ଲକ୍ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ସିମନବାଡ଼ି ରେ ଗଛ ଭାଙ୍ଗି। ସ୍ଥାନୀୟ ପାଟ୍ଟଖଣ୍ଡା ମନ୍ଦିର ଭାଙ୍ଗିବା ସହ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ସେହିଭଳି କୋଟଗଡ଼, ତୁମୁଡ଼ିବନ୍ଧ,କ.ନୁଆଗାଁ ବ୍ଲକ୍ ରେ ମଧ୍ୟ ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ଗଛ ପଡ଼ି ଲୋକଙ୍କ ଆଜବେଷ୍ଟସ ଭାଙ୍ଗିଯାଇଥିବା ଜଣାପଡ଼ିଛି ।

hiring

କୋଟଗଡ଼ ବ୍ଲକ ର କଲୋନୀ ସାହି, ଶଗଡ଼ିଆ ସାହି, ହରିପୁର, ଖଣ୍ଡିଆ ଗୁଡା, ପବନ ଗାଁ ରେ ଦେଖିବାକୁ ମିଳିଥିଲା ଏପଟେ କରୋନା ର ଭୟ ରେ ଲୋକେ ଲକଡାଉନ ରେ ଥିବା ସମୟରେ କାଳ ବୈଶାଖୀ ଲୋକଙ୍କୁ ଦାଉ ସାଜିଛି ଗରିବ ଅସହାୟ ସରକାରଙ୍କୁ ମିଳିଥିବା ଚାଉଳ, ଡାଲି ଘରେ ପାଣି ପଶି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ଲୋକଙ୍କ ଚାଳ ଛପର ଉଡି ଯାଇଥିବାବେଳେ ରାସ୍ତା ଘାଟ ରେ ବଡ ବଡ ଗଛ ଉପୁଡି ପଡି ରାସ୍ତା ଅବରଧ ହୋଇଛି । ଝଡ ତୋଫାନ ଦ୍ଵାରା କାଲି ସନ୍ଧ୍ୟାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଛି । କୋଟଗଡ଼ ତହସିଲଦାର, ଆର. ଆଇ, M. P ପ୍ରତିନିଧି ମୋନଜ ସାବତ ଓ କଳାଶ୍ରୀ ଯୁବ ସଂସଦ ର ସଭ୍ୟ ମାନେ ଘର ଘର ବୁଲି ଅସହାୟ ଲୋକଙ୍କ ନିକଟରେ ପହଁଚି ପଲିଥିନର ବ୍ୟବସ୍ତା କରିଥିଲେ l

hiranchal ad1
Leave A Reply

Your email address will not be published.

thirteen + thirteen =