କାଳବୈଶାଖୀର କରକାପାତରେ ଫସଲ, ପନିପରିବା ନଷ୍ଟ

0 88

ସମ୍ବଲପୁର: ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବରେ ସମ୍ବଲପୁରର ଅନେକ ଗ୍ରାମୀଣ ଅଞ୍ଚଳରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ଘଟିଛି । ବିଶେଷକରି ମଧ୍ୟମରୁ ବଡ ଆକାରର କରାମାଡ ଯୋଗୁଁ ବିଲରେ ଠିଆ ଧାନଫସଲ, ପନିପରିବା ଚାଷ, ଆମ୍ବ ପରି ଋତୁ ଫଳ ଆଦି କ୍ଷୟକ୍ଷତ ପହଞ୍ଚିଛି । ଅନେକ ସ୍ଥାନରେ ଘର ଉପରେ ଛଣ ଓ ଖପର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଜିଲ୍ଲାର ମାନେଶ୍ୱର ଓ ଯୁଯୁମୁରା ଦୁଇଟି ବ୍ଲକ ଅଞ୍ଚଳରେ ଅନେକ ଗାଁ ଏହି କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ।

hiring

କ୍ଷତିଗ୍ରସ୍ତ ଚାଷୀମାନେ ଏ ବିଷୟରେ ପ୍ରଶାସନକୁ ଜଣାଇବା ସହିତ କ୍ଷୟକ୍ଷତିର ଆକଳନ ଓ ଉଚିତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ବର୍ତ୍ତମାନ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାପାଇଁ ପ୍ରଶାସନିକ କଳ ଏତେ ବ୍ୟସ୍ତ ଯେ କେହି ତାଙ୍କର କଥା ଶୁଣି କିଛି କାର୍ଯ୍ୟାନୁଷ୍ଠାନ କରିବେ ଏଥିପାଇଁ ସେମାନଙ୍କ ମନରେ ଶଙ୍କା ରହୁଛି । ଦ୍ରୁତ ବେଗରେ ପବନ ବୋହିବା ଯୋଗୁଁ ଅନେକ ସ୍ଥାନରେ ଗଛଡାଳ ଭାଙ୍ଗିପଡିଛି । ମାନେଶ୍ୱର ପାଖରେ ରେଲଲାଇନ ଉପରେ ଏହିପରି ଏକ ଗଛଡାଳ ଭାଙ୍ଗି ପଡିଯିବାରୁ କିଛିସମୟ ପାଇଁ ସେହି ମାର୍ଗରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା । ରେଲୱେ ତରଫରୁ କିଛି ଲୋକ ଆସି ସେଗୁଡିକ ସଫା କଲାପରେ ହିଁ ସେହିମାର୍ଗରେ ରେଲସେବା ସାମାନ୍ୟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

3 × 5 =