ଘରେ ରହୁଥିବା ସଙ୍ଗରୋଧ ବ୍ୟକ୍ତିମାନଙ୍କ ପାଇଁ ଜିଲ୍ଲାସ୍ତରରେ କଲ ସେଣ୍ଟର

0 108

ଗଜପତି ଜିଲ୍ଲାରେ ଦେଶ ଓ ରାଜ୍ୟ ବାହାରୁ ଆସି ପ୍ରାୟ ପାଞ୍ଚ ହଜାର ବ୍ୟକ୍ତି ଘରେ ସଂଙ୍ଗରୋଧରେ ରହି ଆସୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ସଙ୍ଗରୋଧରେ ରହି ଆସୁଥିବା ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପକୁ ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ତରରେ ଏକ କଲ ସେଣ୍ଟର ବ୍ୟବସ୍ଥା କରାଯାଇଛି।ଯେଉଁ କଲ ସେଣ୍ଟରରେ ପ୍ରତିଦିନ ସକାଳ 9 ଘଣ୍ଟା ଠାରୁ ଗୋଟାଏ ପର୍ଯ୍ୟନ୍ତ ଓ ଅପରାହ୍ନ 4ଟା ରୁ ରାତି 8ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି।ଏହି କଲ ସେଣ୍ଟରର କାର୍ଯ୍ୟ ହେଉଛି ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ସଙ୍ଗରୋଧର ନିୟମ କେତେ ଦୂର ପାଳନ କରୁଛି।ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି। ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ଷ୍ଟିକର ତାଙ୍କ ଘରେ ଲାଗିଛି କି ନାହିଁ ଭ୍ରାମ୍ୟମାଣ ପରିଦର୍ଶକ ଦଳ ତାଙ୍କରି ଘରେ ନିୟମିତ ପହଞ୍ଚୁଛନ୍ତି କି,ଆଶା ଅଙ୍ଗନବାଡି କର୍ମୀ,ଏ ଏନ ଏମ ତାଙ୍କରି ଘରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି କି ଇତ୍ୟାଦି, ଏହି କଲସେଣ୍ଟର ରେ ପ୍ରତିଦିନ ପାଖାପାଖି 400ରୁ ଉର୍ଦ୍ଧ୍ବ ସଂଙ୍ଗରୋଧରେ ରହୁଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରି ଆବଶ୍ୟକ ଥିବା ପଦକ୍ଷେପ ପାଇଁ ତଳସ୍ତରକୁ ସୂଚନା ଦେବା ସହ ଜିଲ୍ଲା ସ୍ତରରେ ଏକ ଡାଟା ବେସ ପ୍ରସ୍ତୁତ କରେ ।ଏହା ସହିତ ସି ଏଚ ସି ସ୍ତରରେ କାର୍ଯ୍ୟ କରୁଥିବା ମୋବାଇଲ ଟିମ ଯେଉଁଥିରେ ଜଣେ ଡାକ୍ତରଙ୍କ ସହ ଅନ୍ୟ ଚାରି ଜଣ ସ୍ୱାସ୍ଥ୍ୟ କର୍ମୀ ରହନ୍ତି। ସେମାନେ ତାଙ୍କର ଭ୍ରମଣ ରିପୋର୍ଟ ଜିଲ୍ଲା ସ୍ତରକୁ ଦେଲା ପରେ କେଉଁ ସଂଙ୍ଗରୋଧ ବ୍ୟକ୍ତି ଆନୁଷ୍ଠାନିକ ସଂଙ୍ଗରୋଧ କେନ୍ଦ୍ରକୁ ଯିବ ବା କେଉଁ ସଂଙ୍ଗରୋଧରେ ବ୍ୟକ୍ତିର ଲକ୍ଷଣ ଦେଖାଦେଲା ପରେ ବିଛିନ୍ନକେନ୍ଦ୍ର ବା ଆୟସୋଲେସନ କେନ୍ଦ୍ରକୁ ଯିବ ତାହା ନିର୍ଦ୍ଧାରଣ କରାଯାଏ ଠିକ ସେହିପରି ତ୍ରିପଲ-ଏର ରିପୋର୍ଟ ଅନୁସାରେ ସଂଙ୍ଗରୋଧ ବ୍ୟକ୍ତିଙ୍କୁ ଆବଶ୍ୟକ କରୁଥିବା ପଦକ୍ଷେପ ଗ୍ରହଣ କରାଯାଏ।ଏହି କଲ ସେଣ୍ଟର ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି ଠାରେ କାର୍ଯ୍ୟ କରୁଅଛି।

hiranchal ad1
Leave A Reply

Your email address will not be published.

three × 4 =