ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ ହିତାଧିକାରୀ ଅସନ୍ତୁଷ୍ଟ

0 535

ବୌଦ୍ଧ: ଲକ୍‌ଡାଉନ ସମୟରେ ଅସହାୟ, ନିରାଶ୍ରୟ ଓ ଭିନ୍ନକ୍ଷମ ମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟକୁ ନେଇ ହିତାଧିକାରୀମାନେ ସବୁଠି ଅସନ୍ତୁଷ୍ଟ । ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ କେଉଁଠି ହିତାଧିକାରୀ ପାଟି ଖୋଲୁଥିବାବେଳେ କେଉଁଠି ନିରାଶ୍ରୟମାନଙ୍କୁ ଦୁଇବେଳା ଖାଦ୍ୟ ମିଳୁନଥିବା ଶୁଣିବାକୁ ମିଳୁଛି । ସଙ୍ଗରୋଧ ଶିବିର ମାନଙ୍କରେ ବାହାର ରାଜ୍ୟରୁ ଫେରୁଥିବା କିଛି ପ୍ରବାସୀ ଶ୍ରମିକ ରହିଛନ୍ତି । କେତେକ ଗ୍ରାମ ପଞ୍ଚାୟତରେ ସେମାନଙ୍କ ପାଇଁ ଦୁଇବେଳା ରୋଷେଇ କରାନଯାଇ ନିରାଶ୍ରୟ, ଭିନ୍ନକ୍ଷମ ଓ ଅସହାୟ ମାନଙ୍କ ଖାଦ୍ୟରୁ ଆଣି ସେମାନଙ୍କୁ ଦିଆଯାଉଥିବା ଅଭିଯୋଗ ହେଉଛି । ଗତକାଲି ବହିରାଠାରେ କରାଯାଇଥିବା ସଙ୍ଗରୋଧ ଶିବିରରେ ଥିବା ଅନ୍ତେବାସୀମାନେ ତାଙ୍କୁ ଅଧାଶିଝା ଭାତ ଓ ପାଣିଆ ଡାଲି କୋଉଠୁ ଆଣି ଦେଇଥିବା ଅଭିଯୋଗ କରିଥିଲେ । ଜଣେ ବୟସ୍କ ଲୋକ ଯେତେ ଖାଦ୍ୟ ଖାଇବାକଥା ତାଠାରୁ ବହୁ କମ୍ ପରିମାଣର ପରିବେଷଣ କରାଯାଉଥିବା ବିଭିନ୍ନ ସଙ୍ଗରୋଧ ଶିବିରରୁ ନିୟମିତ ଅଭିଯୋଗମାନ ଆସିବାରେ ଲାଗିଛି ।

hiring


ସରକାର ବୟସ୍କ ନିରାଶ୍ରୟ ଅସହାୟମାନଙ୍କ ପାଇଁ ଦୁଇବେଳା ଖାଇବାପାଇଁ ୬୦ ଟଙ୍କା ଓ ଶିଶୁମାନଙ୍କ ପାଇଁ ୪୫ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଭଳି ଅଭିଯୋଗ ଦାୟିତ୍ୱରେ ଥିବା ଗ୍ରାମପଞ୍ଚାୟତ ଓ ଏସଏଚଡି ମାନଙ୍କ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସଙ୍ଗରୋଧ ଶିବିର ମାନଙ୍କରେ ରନ୍ଧନ ଓ ସଫାସୁତୁରା କରିବା ଦାୟିତ୍ୱରେ ଲୋକ ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ କାହିଁକି ରୋଷେଇ ନକରି ରନ୍ଧାଖାଦ୍ୟରୁ ଆଣି ଦେଉଛନ୍ତି ତାହା ମଧ୍ୟ ତଦନ୍ତସାପେକ୍ଷ । ଏସବୁ କାର୍ଯ୍ୟକୁ ତଦାରଖ କରୁଥିବା ସରକାରୀ ବାବୁମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟପ୍ରତି ପ୍ରଶ୍ନବାଚୀ ସୃଷ୍ଟିକରୁଛି । ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ସଜାଗ ହେବାସହ ରନ୍ଧାଖାଦ୍ୟ ଯୋଜନାକୁ ଶୃଙ୍ଖଳିତ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

seven + eight =