ମାମୁଁଙ୍କୁ ଜୋତା ବିକି ପୁଣି ସାହାଯ୍ୟର ହାତ ବଢ଼ାଇଲେ ଗଲ୍ଫର

0 89

ନୂଆଦିଲ୍ଲୀ : ନିକଟରେ ୧୦୨ଟି ଟ୍ରଫି ବିକ୍ରି କରି ସେଥିରୁ ଆସିଥିବା ୪.୩୦ ଲକ୍ଷ ଟଙ୍କା ପିଏମ୍ କେୟାର୍ସ ଫଣ୍ଡ୍‌କୁ ଦାନ କରିଥିବା ୧୫-ବର୍ଷୀୟ ଗଲ୍ଫର ଅର୍ଜୁନ ଭଟ୍‌ଇ ପୁଣିଥରେ ନିଜର ପୁରୁଣା ଜୋତାକୁ ଅକ୍ସନ କରି ୩.୩ ଲକ୍ଷ ଟଙ୍କାର ସହାୟତା କରିଛନ୍ତି । ଗତ ୨୦୧୮ ଜୁନିଅର୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଅର୍ଜୁନ ଚାମ୍ପିୟନ୍ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ସେ ପିନ୍ଧିଥିବା ଜୋତାକୁ ବିକ୍ରି କରିଦେଇଥିବା ଟ୍ୱିଟ୍ କରି କହିଛନ୍ତି । ତାଙ୍କର ଏହି ଜୋତାକୁ ତାଙ୍କ ମାମୁଁ ବନୀଷ ପ୍ରଧାନ ଖରିଦ୍ କରିଥିବା ଅର୍ଜୁନ କହିଛନ୍ତି । କରୋନା ଭୂତାଣୁଜନିତ ମହାମାରୀରୁ ଆମେ ରକ୍ଷା ପାଉ କି ନ ପାଉ, ଦେଶ କିନ୍ତୁ ବଞ୍ଚିବା ଦରକାର ବୋଲି ଅର୍ଜୁନ କହିଛନ୍ତି । ସୂଚନାଯୋଗ୍ୟ, ଦେଶରେ କରୋନା ଭୂତାଣୁଜନିତ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ବେଳେ କ୍ରୀଡ଼ା ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି । ଏ କ୍ଷେତ୍ରରେ ଦେଶର ଯୁବ ଗଲ୍ଫର୍ ଅର୍ଜୁନ ଭଟ୍ଟି ପୁଣିଥରେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =