ଆମ ପଞ୍ଚାୟତକୁ କରୋନା ମନା

0 381

ଭଦ୍ରକ: କୋଭିଡ-୧୯କୁ ନେଇ ସବୁଠି ଆତଙ୍କ । ମହାମାରୀ କରୋନା ଭୂତାଣୁ ବିରୋଧରେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଏକ ହୋଇ ଲଢ଼େଇ ଜାରୀ ରଖିଛନ୍ତି । ଏଥିରୁ ବାଦ ପଡ଼ିନି ଭଦ୍ରକ ବ୍ଲକ୍‌ର କେଦାରପୁର ପଞ୍ଚାୟତ । ପୌରାଞ୍ଚଳ ଠାରୁ ମାତ୍ର ୬କିମି ଦୂରରେ ଅବସ୍ଥିତ ଏହି ପଞ୍ଚାୟତରେ କରୋନା ବିରୋଧୀ ସଚେତନତା ଓ ଲଢ଼େଇ ଏବେ ଉଦାହରଣ ପାଲଟିଛି । ଉକ୍ତ ପଞ୍ଚାୟତର ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଓ ସମିତିସଭ୍ୟ ଯୋଗେନ୍ଦ୍ର ଘଡ଼େଇଙ୍କ ସୁପରିଚାଳନାରେ କରୋନା ବିରୋଧୀ ଲଢ଼େଇର ନେତୃତ୍ୱ ନେଇଛନ୍ତି ବିଜୁ ଯୁବ ବାହିନୀର ସଦସ୍ୟ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ପଞ୍ଚାୟତର ସାହାସପୁର ହାଇସ୍କୁଲ ଠାରେ ପ୍ରତିଷ୍ଠା ହୋଇଛି ପଞ୍ଚାୟତସ୍ତରୀୟ କ୍ୱାରାଣ୍ଟାଇନ କେନ୍ଦ୍ର । ୪୦ଶର୍ଯ୍ୟା ବିଶିଷ୍ଟ ଏହି କ୍ୱାରାଣ୍ଟାଇନ କେନ୍ଦ୍ର ନୋଡ଼ାଲ ଅଧିକାରୀ ପ୍ରଶାନ୍ତ ଦାସଙ୍କ ଅଧିନରେ ରହିଥିବାବେଳେ, ସରାକାରଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତ ବ୍ୟବସ୍ଥା ଏଠାରେ ଅନ୍ତେବାସୀଙ୍କ ପାଇଁ ରହିଛି । ସୌଭାଗ୍ୟବଶତଃ ଏଠାରେ ଏବେ କୌଣସି ଅନ୍ତେବାସୀ ନାହାନ୍ତି । ଗତମାସ ୨୮ତାରିଖ ଠାରୁ କୌଣସି ବାହାର ରାଜ୍ୟ ଫେରନ୍ତା ମଧ୍ୟ ଏହି ପଞ୍ଚାୟତକୁ ଆସି ନାହାନ୍ତି । ତଥାପି ସରପଞ୍ଚ ଶ୍ରୀ ତ୍ରିପାଠୀ ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ ଦୃଷ୍ଟି ରଖିଛନ୍ତି । ସେହିପରି ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତର ଶହେ ଗରୀବ ଲୋକଙ୍କୁ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଏଠାରେ କାର୍ଯ୍ୟକାରୀ ହେଉଛି । ତେବେ ଅତି ଗରିବଙ୍କ ଚିଠା ପ୍ରସ୍ତୁତ କରି ୪୦ରୁ ୬୦ଜଣଙ୍କୁ ପ୍ରତ୍ୟେକ ଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସାମାଜିକ ଦୂରତା ରକ୍ଷା ପାଇଁ ବିଜୁ ଯୁବ ବାହିନୀର ସଦସ୍ୟମାନେ ଏସମସ୍ତ ପରିବାର ନିକଟରେ ପହଞ୍ଚି ଖାଦ୍ୟ ଯୋଗାଇ ଦେଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ପରେ ସରପଞ୍ଚ ଶ୍ରୀ ତ୍ରିପାଠୀ କହିଛନ୍ତିଯେ ଏବେ ମୋ ପଞ୍ଚୟତର ସମସ୍ତଙ୍କ ମୁହଁରେ ଗୋଟିଏ କଥା, ‘ଆମ ପଞ୍ଚାୟତକୁ କରୋନା ପ୍ରବେଶ ମନା’ ।

hiranchal ad1
Leave A Reply

Your email address will not be published.

3 + 9 =