ଢେଙ୍କାନାଳ ଜିଲ୍ଲା ରେଡକ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସହାୟତା

0 132

ଢେଙ୍କାନାଳ:- କୋଭିଡ-୧୯ ଭଳି ମହାମାରୀକୁ ପ୍ରତିହତ କରିବାପାଇଁ ସାରାରାଜ୍ୟରେ ବିଭିନ୍ନ ବେସରକାରୀ ସଙ୍ଗଠନ, ଧାର୍ମିକ ଅନୁଷ୍ଠାନ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ମା ରାମଚଣ୍ଡି ସେବା ପରିଷଦ ତରଫରୁ ସଭାପତି ତଥା ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ଆଜି ମଧ୍ୟାହ୍ନରେ ୧ଲକ୍ଷ୧ହଜାର ଟଙ୍କାର ଏକ ଚେକ ଢେଙ୍କାନାଳ ଜିଲ୍ଲା ରେଡକ୍ରସ ନିମନ୍ତେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରିଛନ୍ତି । ଏହି ଚେକ ପ୍ରଦାନ ସମୟରେ ସେବା ପରିଷଦର ସଂପାଦକ ପ୍ରଦୀପ କୁମାର ସାମଲ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ସଦସ୍ୟ ସନ୍ତୋଷ କୁମାର ବିଶ୍ୱାଳ, ବିଭୁତି କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ସେହିପରି ଯୋରନ୍ଦା ପଞ୍ଚାୟତ ସମିତିର ସରପଞ୍ଚ ପ୍ରକାଶ କୁମାର ରାଉତ ୫୦ହଜାର ଟଙ୍କାର ଏକ ଚେକ ଜିଲ୍ଲା ରେଡକ୍ରସକୁ ପ୍ରଦାନ କରିଥିବାବେଳେ ୧୫ହଜାର ଟଙ୍କାର ଅନ୍ୟ ଏକ ଚେକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଘରୋଇ କ୍ରସର ମାଲିକ ସଂଘ ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ୬ଲକ୍ଷ ଟଙ୍କା ନଗଦ ଅର୍ଥରାଶି ଢେଙ୍କାନାଳ ଜିଲ୍ଲା ରେଡକ୍ରସ ସଂସ୍ଥାକୁ ପ୍ରଦାନ କରିଛନ୍ତି । ଏହି ସହାୟତା ରାଶି ପ୍ରଦାନ ସମୟରେ ବିଜୟ କୁମାର ଧଳ, ନରୋତ୍ତମ ସାହୁ, ନିରାକାର ରାଉତ, ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର, ସୁରଜ ମହାପାତ୍ର, ମାନଓ ରାଉତ, ମାଣିକ ନନ୍ଦ, ଅମିତାଭ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 − 2 =