ଚାଷୀ ମୁଣ୍ଡରେ ଚଡ଼କ: କରୋନା ସହିତ ଅଦିନିଆ ବର୍ଷା ଓ କୁଆପଥର ମାଡ଼

0 97

ସମ୍ବଲପୁର :ଗୋଟିଏ ପଟେ କରୋନା ଓ ଲକଡାଉନ ପାଇଁ ବିଲ ରେ ପାଚିଲା ଧାନ ଅମଳ ହୋଇ ପାରୁ ନାହିଁ, ତ ଠିକ ସେତିକି ବେଳେ ଅଦିନିଆ ଝଡ଼ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ରେ ଚାଷୀକୁଳର ଅଣ୍ଟା ଦୋହଲି ପଡିଛି । ଏବିଷୟରେ ସମ୍ବଲପୁର ଜିଲ୍ଲା ର ମାନେଶ୍ବର, ଧନକୌଡା ଓ ଯୁଯୁମୁରା ଆଦି ବ୍ଳକର ଅନେକ ଗାଁ ରେ ବ୍ୟାପକ କ୍ଷୟକ୍ଷତି ହେବାର ସୂଚନା ମିଲୁଛି । ଏହା ପୂର୍ବରୁ କରୋନା କଟକଣା ଯୋଗୁଁ ପନିପରିବା ଚାଷରେ ଅନେକ ଚାଷୀଙ୍କୁ କ୍ଷତି ସହିବାକୁ ପଡିଛି ।ଏହି ସନ୍ଦର୍ଭରେ ସ୍ଥାନୀୟ ଜୟନ୍ତପୁର ଧାନମଣ୍ଡିରେ ଚାଷିମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଆଖପାଖ ପଞ୍ଚାୟତ ର ଚାଷୀମାନେ ସାମିଲ ହୋଇ ଆଲୋଚନା କରିଥିଲେ । ଏହି ବୈଠକରେ ସେମାନେ କୃଷି ଓ ରାଜସ୍ବ ବିଭାଗର ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଯୁଦ୍ଧ କାଳୀନ ଭିତ୍ତିରେ ଏହି କ୍ଷୟକ୍ଷତି ର ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରନ୍ତୁ । ସେମାନେ ପୁଣି ମନେ ପକେଇ ଦେଇଛନ୍ତି ଯେ ଏହା ପୂର୍ବରୁ ଆକଳନ କରିବାରେ ଅହେତୁକ ବିଳମ୍ବ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନଙ୍କ ଅବସ୍ଥା ସା°ଘାତିକ ହେବାର ନଜିର ରହିଛି ।

hiranchal ad1
Leave A Reply

Your email address will not be published.

4 × two =