ମୁଖ୍ୟମନ୍ତ୍ରୀ ଘୋଷଣା : କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

0 362

ଭୁବନେଶ୍ୱର : କରୋନା ଯୋଗୁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି ।

hiring

ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଓଡିଶା ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ମଙ୍ଗରାଜ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 3 =