ଧୋନି ନା ଯୁବରାଜ, କିଏ ଉନ୍ନତ ପଚାରିବାରୁ ବୁମ୍ରା ଦେଲେ ଏଭଳି ଉତ୍ତର

0 139

ନୂଆଦିଲ୍ଲୀ : ସାରା ବିଶ୍ୱ ଏବେ ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ରେ । ଏହି ସଙ୍କଟ ସମୟରେ କ୍ରିକେଟରମାନେ ନିଜର ନିଜର ଘରେ ରହି ସୋଶିଆଲ୍ ମିଡ଼ିଆରେ ସକ୍ରିୟ ଅଛନ୍ତି । ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ସୋଶିଆଲ୍ ମିଡ଼ିଆରେ ସକ୍ରିୟ ରହିଛନ୍ତି । ବୁମ୍ରା ଭାରତର ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ ଓ ଧୋନିଙ୍କ ମଧ୍ୟରେ କିଏ ଉନ୍ନତ, କାହା ପାଖରେ ମ୍ୟାଚ୍ ଜିତାଇବାର କ୍ଷମତା ରହିଛି ବୋଲି ଏଭଳି ପ୍ରଶ୍ନ ହେବାରୁ ସେ ଦ୍ୱିଧାରେ ପଡ଼ିଯାଇଥିଲେ । ସେ ତାଙ୍କ ଉତ୍ତରରେ କହିଥିଲେ ଯେ, ଏଭଳି ଖେଳାଳିଙ୍କୁ ଯଦି ମୁଁ ଜଣକୁ ଚୟନ କରେ ତେବେ ମୁଁ ମୋ ବାପା-ମାଙ୍କ ମଧ୍ୟରୁ ଜଣକୁ ଚୟନ କରୁଛି ବୋଲି ମନେ ହେବ । କିନ୍ତୁ ଜଣେ ଯଦି ପଚାରନ୍ତି ତୁମ ବାପା-ମାଙ୍କ ମଧ୍ୟରେ କିଏ ଭଲ, ତୁମେ ନିଶ୍ଚୟ କହିବ ଉଭୟେ ବୋଲି । ଏହିଭଳି ହରଡ଼ଘଣାରେ ପଡ଼ିଯାଇଛନ୍ତି ପେସର ବୁମ୍ରା ।

hiranchal ad1
Leave A Reply

Your email address will not be published.

16 − 13 =