ଅମାନିଆ ବାହାର ଫେରନ୍ତା, ପ୍ରଶାସନ ନାକେଦମ୍ !

0 731

ବୌଦ୍ଧ : ଲକଡାଉନର ୩୦ ଦିନ ପୁରି ଯାଇଥିବା ବେଳେ ନିୟମକାନୁନ୍ ଟିକେ ଢିଲା ଧରିଛି । ଘରଛାଡି କାମଧନ୍ଦା ଅନ୍ୱେଷଣରେ ବାହାର ଅଂଚଳକୁ ଯାଇ ଭୋକଶୋଷରେ ପଡି ରହିଥିବା ଲୋକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟୁଥିବା ଦେଖିବାକୁ ମିଳୁଛି । ବାହାର ରାଜ୍ୟରୁ ନିଜ ନିଜ ରାଜ୍ୟକୁ ଲୋକଙ୍କୁ ଫେରାଇ ଆଣିବା ସଂପର୍କରେ ସରକାର କୌଣସି ବିଧିବଦ୍ଧ ନିଷ୍ପତ୍ତି ନେଇନଥିବା ବେଳେ ଲୋକେ ଏବେ ଅସମ୍ଭାଳ ହୋଇସାରିଲେଣି । କୌଣସି ପ୍ରକାରେ ହେଲେ ସେମାନେ ନିଜେ ଚାଲିଆସିବାକୁ ପ୍ରସ୍ତୁତ । କିଏ ରେଳଧାରଣାରେ ଚାଲିଚାଲି ତ କିଏ ଡଙ୍ଗା ବାହିବାହି । ପାଦରେ ଚାଲିଚାଲି ହଜାର ହଜାର କିଲୋମିଟର ପଳାଇ ଆସୁଛନ୍ତି ନିଜର ପ୍ରିୟ ପରିଜନଙ୍କ ପାଖକୁ ।

hiring


ବାହାର ଅଂଚଳରୁ କୌଣସି ମତେ ଚାଲିଆସୁଥିବା ଲୋକେ ସରକାରୀ ସଙ୍ଗରୋଧ ଶିବିରରେ ରହିବାକୁ ଇଚ୍ଛାପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନେ ତାଙ୍କୁ ସଙ୍ଗରୋଧ ଶିବିରରେ ରହିବାକୁ ପରାମର୍ଶ କଲେ ଓଲଟା ଗଣ୍ଡଗୋଳ କରୁଛନ୍ତି । ଗତକାଲି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଜିଲ୍ଲାର କଣ୍ଟାମାଳ ବ୍ଲକ କରଗାଁ ଗ୍ରାମ ପଞ୍ଚାୟତର କୁମେଲବନ୍ଧ ଗ୍ରାମରେ । ଗ୍ରାମର ଦୁଇଟି ପରିବାରର ୫ଜଣ ସଦସ୍ୟ ବାହାରକୁ କାମ କରିବାକୁ ଯାଇଥିଲେ । ସେମାନେ କୌଣସି ପ୍ରକାରେ କୁମେଲବନ୍ଧ ଗ୍ରାମକୁ ଫେରିଆସିଛନ୍ତି । ସେମାନେ ବାହାରୁ ଆସି ସଙ୍ଗରୋଧ ଶିବିରରେ ନରହି ଘରକୁ ଆସିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ । ଖବର ପାଇ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ସଙ୍ଗରୋଧ ଶିବିରକୁ ନେବାପାଇଁ ଏକ ବଲେରୋ ଗାଡି ଧରି ଦୁଇଦୁଇଥର ଆସି ନିରାଶ ହୋଇ ଫେରିଯାଇଥିଲେ । ବାହାର ଫେରନ୍ତାମାନେ ସେମାନଙ୍କର ସହ ଓଲଟା ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । କର୍ମଚାରୀମାନେ ବୁଝାଇବାକୁ ଚେଷ୍ଟାକରି ବିଫଳ ହୋଇ ଫେରିଯାଇଥିଲେ ।
ଏବେ ସରକାର ବାହାର ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରମିକମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ ନାମ ପଞ୍ଜିକରଣ ଆରମ୍ଭ କରୁଛନ୍ତି । ସେମାନଙ୍କୁ ଆଣି ସଙ୍ଗରୋଧ ଶିବିରରେ ଯ୪ଦିନ ରଖି ସେମାନଙ୍କର ଘରକୁ ଛାଡିବେ । ଲୋକେ ସଙ୍ଗରୋଧ ଶିବିରରେ ରହିବେ ନା ଅମାନିଆ ହୋଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ଗଣ୍ଡଗୋଳ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ତାହା ଆଗାମୀ ସମୟ ହିଁ କହିବ ।

hiranchal ad1
Leave A Reply

Your email address will not be published.

5 × four =