ସବୁ କଡ଼ାକଡ଼ି, କ୍ରିକେଟ୍‌କୁ ମାଫ୍‌

0 126

କାନବେରା :ଭାରତୀୟ କ୍ରିକେଟ ଦଳ ଡିସେମ୍ବରରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ୍ ଖେଳିବାକୁ ଯିବ । କ୍ରିକେଟ ପ୍ରତିଯୋଗିତା ଲାଗି ନିୟମ କୋହଳ, ଏପରି ଏକ ସମ୍ଭାବନା ସୃଷ୍ଟି ହୋଇଛି ଅଷ୍ଟ୍ରେଲିଆରେ । ଏହି ନିୟମ ପୁଣି ଭାରତ ସହ ଟେଷ୍ଟ ସିରିଜ୍ ଖେଳିବାକୁ ନେଇ । ଯଦି ଭାରତ ନଯାଏ କିମ୍ବା ଅଷ୍ଟ୍ରେଲିଆ ସରକାର ଏଥିଲାଗି ଅନୁମତି ନ ଦିଆନ୍ତି, ତେବେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ୩୦୦ ଅଷ୍ଟ୍ରେଲିଆନ୍ ଡଲାର ବା ପାଖାପାଖି ୧୪୬୨ କୋଟି ଟଙ୍କା ହରାଇବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି । ଏଥିଲାଗି ଅଷ୍ଟ୍ରେଲିଆ ସରକାର ଭାରତୀୟ କ୍ରିକେଟ ଦଳକୁ ଅଷ୍ଟ୍ରେଲିଆରେ ଖେଳିବାକୁ ଅନୁମତି ଦେବା କଥା ବିଚାର କରୁଛନ୍ତି । କିନ୍ତୁ ସେତେବେଳର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − 7 =