ହାତୀ ଉପଦ୍ରବରୁ ଧାନଫସଲ ନଷ୍ଟ

0 112

ସମ୍ବଲପୁର: ସ୍ଥାନୀୟ ଚାଷୀଙ୍କ ମୁଣ୍ଡରେ ଏବେ ଗୋଟିଏ ପରେ ଗୋଟିଏ ଚଡକ ପଡୁଛି । କାଳବୈଶାଖୀର ତାଣ୍ଡବଲୀଳା, ଅଦିନିଆ ବର୍ଷା ସାଙ୍ଗକୁ କରାମାଡ ଓ ବର୍ତ୍ତମାନ ହାତୀ ଉପଦ୍ରବରୁ ଧାନଫସଲ ନଷ୍ଟ ହୋଇଛି । ସ୍ଥାନୀୟ ଧମା ଥାନା ଓ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବଦୁଆପାଲିରେ ହାତୀପଲ ଆକ୍ରମଣ ଯୋଗୁଁ ବିଲରେ ଧାନଫସଲ ନଷ୍ଟହେବା ସହିତ ଘରଦ୍ୱାର ମଧ୍ୟ ଭାଙ୍ଗିଯାଇଛି । ଏପରି ବାରମ୍ବାର ବିଭିନ୍ନ କାରଣରୁ ଫସଲହାନି ଚାଷୀକୁଳର ଚିନ୍ତା ବଢାଉଛି । ଗାଁ ଲୋକଙ୍କ କହିବା ଅନୁସାରେ ହାତୀ ଆକ୍ରମଣ ବିଷୟରେ ଖବର ଦେଲେ ବନବିଭାଗ କର୍ମଚାରୀ ଆସି ହାତୀପଲକୁ ଘଉଡାଇ ଦେଉଛନ୍ତି କିନ୍ତୁ ଏଥିରେ ସେମାନଙ୍କ ସମସ୍ୟାର ସମାଧାନ ହେଉନାହିଁ କାରଣ ସେହି ହାତୀପଲ ପୁଣି ଫେରିଆସି ଉପଦ୍ରବ କରୁଛନ୍ତି । ଏପରି କ୍ଷତିଗ୍ରସ୍ତ ଗାଁଲୋକେ ଏପରି ଘଟଣାର ରିପୋର୍ଟ ପରେ ଯଥାଶୀଘ୍ର ବନବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣର ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =