ଲକଡାଉନ ସତ୍ତ୍ବେ ଜୀବିକା ଅଵଶ୍ୟମ୍ଭାବି

0 126

ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଡାବର ଗୁଡା ପଞ୍ଚାୟତ ଅଧିନସ୍ଥ ତଇଓ ,ଗଡାପଦର ଗ୍ରାମର100 ଟି ପରିବାର ନିଜର ପଦର ଜମିରେ ପିଆଜ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ଓ ଟି ଇ ଏଲ ପି ଏବଂ S W W Sର ମିଳିତ ଉଦ୍ୟମରେ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସ।ହନ ମିଳିଛି ଉକ୍ତ ଚାଷୀମାନେ ପିଆଜ ଚାଷ ସକାଶେ ଆଗରୁ ତାଲିମ ପାଇଥିଲେ। ଗତ 2ବର୍ଷ ହେଲା ସେମାନେ ଏହି ଚାଷକୁ ଆପଣେଇଛନ୍ତି । ଗତ 2019 ଓ 2020 ଆର୍ଥିକ ବର୍ଷରେ ପ୍ରତ୍ୟେକ ଚାଷୀ 2 ରୁ 5କ୍ୟୁଣ୍ଟାଲ ପର୍ଯ୍ୟନ୍ତ ପିଆଜ ଅମଳ କରିଛନ୍ତି । କିଲୋଗ୍ରାମ ପ୍ରତି 30 ରୁ 35 ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିପାରିଛନ୍ତି ବର୍ତ୍ତମାନ ସୁଦ୍ଧା 250 କ୍ୟୁଣ୍ଟାଲ ପିଆଜ ଅମଳ ହୋଇଛି । ଏ ଦିଗରେ S W W S ସଂସ୍ଥାର ସଂଯୋଜକ ସୁରେନ୍ଦ୍ର ପଣ୍ଡା ଙ୍କ ସହଯୋଗ ରହିଛି । ଉକ୍ତ ସଂସ୍ଥାର ସଭାପତି ଡି ଜଗନ୍ନାଥ ରାଜୁଙ୍କୁ ସଙ୍ଗସାଙ୍ଗ ନାଳର ଗ୍ରାମ ଉନ୍ନୟନ ସଙ୍ଘର ସଭାପତି ବବିଲ ଗମାଙ୍ଗ ଏବଂ ସଂପାଦକ ଅନାମ ଗମାଙ୍ଗ ସାଧୁବାଦ ଜଣାଇ ଛନ୍ତି।କୋରନା ସତ୍ୱେ ଶୃଙ୍ଖଳା ରକ୍ଷା କରି ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

13 + fifteen =