ଜୁଆ ଆଡ୍ଡାରେ ଚଢ଼ାଉ : ୬ ଜୁଆଡ଼ି ଗିରଫ

0 356

ବାଲିଗୁଡ଼ା: ଜୁଆ ଆଡ୍ଡାରେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ନଗଦ ୧୪ହଜାର ୩୫୦ଟଙ୍କା ଜବତସହ ଛ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍ । କରୋନା ମୁକାବିଲା ପାଇଁ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୁରତାକୁ ଗୁରୁତ୍ବ ଦିଆଯିବା ସହ ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଯାଉଛି । ଏଭଳି ପରିସ୍ଥିତିରେ ତୁମୁଡ଼ିବନ୍ଧର କିଛି ଅମାନିଆ ଲୋକେ ଗତ କିଛିଦିନ ଧରି ଜୁଆ ଖେଳରେ ମାତି ଥିବା ତୁମୁଡ଼ିବନ୍ଧ ପୋଲିସ ସୂଚନା ପାଇଥିଲା । ପୁର୍ବ ସୁଚନା ଅନୁଯାୟୀ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲା ପୋଲିସ୍ । ଘଟଣାସ୍ଥଳରୁ କିଛି ଜୁଆଡ଼ି ଫେରାର୍ ହୋଇଯାଇଥିବାବେଳେ ଅନ୍ୟ ଛ ଜଣ ଯୁଆଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

hiranchal ad1
Leave A Reply

Your email address will not be published.

18 + twenty =