ଗଛରେ ପିଟିହେଲା ବାଇକ, ୨ ମୃତ

0 2,692

ବୌଦ୍ଧ: ଗତକାଲି ରାତି ପ୍ରାୟ ୧୧ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ବାସୁଦେବପାଲି ନିକଟରେ ସଡକ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିିଛି । ମିଳିଥିବା ସୂଚନା ମୁତାବକ ସୋନପୁର ସହର ମଝିପଡାର ୨ଜଣ ଯୁବକ ବୌଦ୍ଧପଟରୁ ସୋନପୁର ଆଡକୁ ଯାଉଥିବା ବେଳେ ବାସୁଦେବପାଲି ମାଉଳୀମନ୍ଦିର ନିକଟବୁଲାଣୀରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ଧକ୍କା ଦେଇଥିଲେ ।

hiring

ଘଟଣାସ୍ଥଳରେ ହିଁ ଉଭୟ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକଦ୍ୱୟ ହେଲେ ସୋନପୁର ସହର ମଝିପଡାର ଶ୍ରୀରାମ ବାଘଙ୍କ ପୁଅ ଶଶିଭୂଷଣ ବାଘ (୨୪ବର୍ଷ) ଓ ପ୍ରକାଶ ସିଂଙ୍କ ପୁଅ ସୃଜଦେବ ସିଂ (୨୨ବର୍ଷ) ବୋଲି ଜଣାପଡିଛି । ମନମୁଣ୍ଡା ପୋଲିସ ମୃତଦେହ ଓ ବାଇକକୁ ଜବତ କରିଛି । ଆଜି ସକାଳୁ ପୋଷ୍ଟମର୍ଟମ ପରେ ପରିବାରବର୍ଗଙ୍କୁ ମରଶରୀର ହସ୍ତାନ୍ତର କରାଯାଇଛି । ସୋନପୁର ସହରରେ ଦୁର୍ଘଟଣାରେ ଯୁବକ ଦ୍ୱୟଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

twenty + 6 =