ଓଡିଆ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍ ବୌଦ୍ଧରେ ପହଞ୍ଚିଲା

0 1,754

ବୌଦ୍ଧ : ସୁରଟରୁ ଓଡିଆ ଶ୍ରମିକମାନଙ୍କୁ ନେଇ ଫେରୁଥିବା ୪ଟି ବସ୍ ଆଜି ସଂଧ୍ୟାରେ ବୌଦ୍ଧ ସହରରେ ପହଞ୍ଚିଥିଲା । ମହାନଦୀ ପୋଲ ନିକଟରୁ ବୌଦ୍ଧ ପୁଲିସ ବସଗୁଡିକୁ ପାଇଲଟିଂ କରି ଚାରିଛକ ଅଭିମୁଖେ ବାଟ କଢେଇ ନେଉଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପୁଲିସ ରାଣୀପଥର ନିକଟସ୍ଥ ବୌଦ୍ଧ ଜିଲ୍ଲାର ସୀମାରେ ଛାଡିବା ପରେ କନ୍ଧମାଳ ଜିଲ୍ଲା ପୁଲିସ ଗାଡିଗୁଡିକୁ ସୁରକ୍ଷିତ ଭାବେ ଗଞ୍ଜାମ ଜିଲ୍ଲାର ସୀମାରେ ପହଞ୍ଚାଇବାର ବ୍ୟବସ୍ଥା କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁଜୁରାଟର ସୁରଟ ସହରକୁ କାମଧନ୍ଦା କରି ଯାଉଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ସେଠାରେ ଫସି ରହିଥିଲେ ଲକଡାଉନ ଯୋଗୁଁ । କାରଖାନାଗୁଡିକ ବନ୍ଦ ହୋଇଯାଇଥିବାରୁ କାମ ହରାଇ ଭୋକ ଉପାସରେ ପଡି ରହିଥିଲେ । ୨୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁଜୁରାଟରୁ ସରକାରୀ ଅନୁମତି ନେଇ ବସଯୋଗେ ଓଡିଶା ଫେରିଛନ୍ତି ।

hiranchal ad1
Leave A Reply

Your email address will not be published.

20 + seven =