ଯୋଡା : ପ୍ରଶାସନ ପକ୍ଷରୁ ମିଳୁନି ରନ୍ଧା ଖାଦ୍ୟ, ସାମାଜିକ ଅନୁଷ୍ଠାନ ହିଁ ଗରିବଙ୍କୁ ଭରସା

0 82

ଯୋଡା, : ଲକ୍ ଡାଉନର ୯ଦିନପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତି ମାନଙ୍କରେ ରହୁଥିବା ଗରିବ ଦିନ ମଜୁରୀଆ ମାନଙ୍କୁ ରନ୍ଧା ଖାଦ୍ୟ ମିଳିପାରିନଥିବା ଅଭିଯୋଗ ହୋଇଛି । ସରକାରଙ୍କ ପକ୍ଷରୁ ଏହି ଲକ୍ ଡାଉନ ସମୟରେ ସମସ୍ତ ଖଟିଖିଆଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ଏହି ମହାମାରୀ ସମୟରେ ଯୋଡା ପୌର ପାଳିକା ପାଳନ କରୁନଥିବା ଦେଖିବାକୁ ମିଳିଛି । ଯୋଡା ଏକ ଖଣି ପ୍ରବଣ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଏଠାରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଥାନ୍ତି । ତେବେ ଏହି ୯ଦିନର ଲକ୍ ଡାଉନ ଫଳରେ ସେମାନେ କାମଧନ୍ଦା ହରାଇବା ସହ ଗାଁକୁ ଫେରିଯାଇନପାରି ବିଭିନ୍ନ ସାଇ ବସ୍ତି ମାନଙ୍କରେ ଅନାହାରରେ ଦିନ ବିତାଇବାକୁ ବାଧ୍ୟ ହେଉଛନ୍ତି ।

hiring

ସ୍ୱାଭିମାନ ଦୃଷ୍ଟିରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦିଆଯାଉଥିବା ରନ୍ଧା ଖାଦ୍ୟ ଗ୍ରହଣ କରିବାକୁ ସେମାନେ ସଙ୍କୋଚବୋଦ୍ଧ କରୁଥିବା ଦେଖିବାକୁ ମିଳିଛି । ତେବେ ଦି ୱାର୍ଡ ଭିଜନ, ସାୱନ କୃପାଲ ରୁହାନି ମିସନ, ଗାୟତ୍ରୀ ପରିବାର, କ୍ଲାସିକ ମୁଭର୍ସ, ବ୍ଲୁ ବୋନି ସଂଗଠନ ଏବଂ କେତେକ ବଦାନ୍ୟ ବ୍ୟକ୍ତିଙ୍କ ମାଧ୍ୟମରେ ପୌରପାଳିକା ସହାୟତାରେ ଦୈନିକ ଦୁଇ ଓଳି ରନ୍ଧା ଖାଦ୍ୟ ବିତରଣ କରାଯାଉଛି । ସରକାରଙ୍କ ପକ୍ଷରୁ ପୌରପାଳିକା କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଏହି ସ।।ମାଜିକ ଅନୁଷ୍ଠାନ ଗୁଡିକ ଗରିବ ଲୋକଙ୍କ ଭରସା ପାଲଟିଛି । ତେବେ ପୌରପାଳିକା ପକ୍ଷରୁ ବୁଧବାର ଠାରୁ ବୁଲା କୁକୁର ମାନଙ୍କୁ ବିସ୍କୁଟ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ଗୁରୁବାର ଠାରୁ ବୁଲା ଗାଈ, ଷଣ୍ଢ ଇତ୍ୟାଦିଙ୍କୁ ଚୋକଡ, ପିଡିଆ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ପୌରଅଧିକାରୀ ସୂଚନା ଦେଇଛନ୍ତି ।
କମାରେଯାଡାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ଆହାର କେନ୍ଦ୍ରଠାରେ ୧୩ଜଣ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଚିହ୍ନଟକରି ରହିବା ଓ ଖାଇବାର ବନ୍ଦୋବସ୍ତ ପୌର ପାଳିକା ପକ୍ଷରୁ କରାଯାଇଛି । ୨ଟି ପର୍ଯ୍ୟାୟରେ ରାତ୍ରି ଅନ୍ଧକାର ମଧ୍ୟରେ ପଶ୍ଚିମ ବଙ୍ଗର ବାଙ୍କୁଡା, ମୁର୍ଶିଦାବାଦ ଓ ବିହାର, ଝାଡଖଣ୍ଡକୁ ପାଦରେ ଚାଲି ଲୁଚି ପଳାଉଥିବା ୪୪ ଜଣ ନିର୍ମାଣ ଠିକା ଶ୍ରମିକଙ୍କୁ ବନେଇକଳା ଟାଟା ରିକ୍ରେସନ କ୍ଲବଠାରେ ଅଟକ ରଖାଯାଇଛି । ସେମାନଙ୍କୁ ମଧ୍ୟ ଏହି ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଖାଦ୍ୟ ଯୋଗାଇଦିଆଯାଉଛି । ୪୫୦ ଶଯ୍ୟା ନମନ୍ତେ ୮ଟି ସଂଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏଥିରେ ଅଦ୍ୟାବଧି ଜଣେ ମାତ୍ର କରୋନା ଭୁତାଣୁ ଲକ୍ଷଣ ସନ୍ଦେହ କରି ବ୍ୟକ୍ତିକୁ ରଖାଯାଇଛି । ତେଣୁ ସରକାରଙ୍କ ପକ୍ଷରୁ ତୁରନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

thirteen − two =