ମନରେଗା ଯୋଜନାରେ ଗାଁ ସାଥୀଙ୍କୁ ଉପେକ୍ଷା !

0 798

ବୌଦ୍ଧ:ଲକ୍‌ଡାଉନ କୋହଳ ହେବାପରେ ବୌଦ୍ଧଜିଲ୍ଲାର ସମସ୍ତ ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (ମନରେଗା) ଅନୁଦାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ମନରେଗା ଯୋଜନାର କାର୍ଯ୍ୟ ପରିଚାଳନା ପାଇଁ ସରକାର ଗାଁ ଗାଁରେ ଗ୍ରାମସାଥୀ ପଦବୀ ସୃଷ୍ଟି କରିଥିଲେ । ସେମାନେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟକରିବା ପାଇଁ ଶ୍ରମିକଙ୍କୁ ଡାକି କାମ କରାଇବା, ତଦାରଖ କରିବା ଓ ଶ୍ରମିକମାନଙ୍କ ହାଜିରା ନେବା ଆଦି କାମ କରୁଥିଲେ । ମାତ୍ର ବର୍ତ୍ତମାନ ବିଭିନ୍ନ କାମ ଏ ଯୋଜନାରେ ଚାଲିଥିଲେ ମଧ୍ୟ ବ୍ଲକ ପ୍ରଶାସନ ଓ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କାମରେ ସେମାନଙ୍କୁ ବିନିଯୋଗ କରୁନଥିବା ଅଭିଯୋଗ ହେଉଅଛି ।

hiring


ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ଏବଂ ଅନଲାଇନ କାମକରୁଥିବା ଗ୍ରାମ ରୋଜଗାର ସେବକ ଓ ଗ୍ରାମର ତଥାକଥିତ କୁଜି ନେତାମାନେ ମନରେଗା ଯୋଜନାର ସମସ୍ତ କାମ ତୁଲାଉଛନ୍ତି । କେତେକ ପଞ୍ଚାୟତରେ ଗାଁ ସାଥୀମାନଙ୍କୁ କାର୍ଯ୍ୟସ୍ଥଳକୁ ନଆସିବା ପାଇଁ ଧମକଚମକ ମଧ୍ୟ ଦିଆଯାଉଥିବା ଅଭିଯୋଗ ହୁଏ । ମନରେଗା ଯୋଜନା ଶ୍ରମିକଙ୍କୁ କାମ ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମଧ୍ୟ ଅର୍ଦ୍ଧାଧିକ ପ୍ରକଳ୍ପରେ ଶ୍ରମିକଙ୍କୁ କାମରେ ନଲଗାଇ ଜେସିବି ଓ ଟ୍ରାକ୍ଟରରେ କାମ କରାଯାଉଥିବା ସୂଚନା ମିିଳିଛି । ବିଭାଗର ବିଭିନ୍ନ କର୍ମଚାରୀଙ୍କ ନାମରେ ମନରେଗା ପ୍ରକଳ୍ପର କାର୍ଯ୍ୟାଦେଶ ଥିଲେ ମଧ୍ୟ ରାଜନୈତିକ ପୃଷ୍ଠପୋଷକତାରେ ଥିବା ଗ୍ରାମର କୁଜି ନେତାମାନେ କାମ କରୁଥିବାରୁ ଗାଁ ସାଥୀମାନେ ଉପେକ୍ଷିତ ହେଉଥିବା ସେମାନେ ଅଭିଯୋଗ କରନ୍ତି ।
ଏ ସଂପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦୃଷ୍ଟିଦେଇ ଗାଁ ସାଥୀଙ୍କୁ କାର୍ଯ୍ୟରେ ବିନିଯୋଗ କରାଇବାପାଇଁ ଗାଁ ସାଥୀମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 − ten =