ସମ୍ବଲପୁରରେ ନବମ କରୋନା ରୋଗୀ ଚିହ୍ନଟ

0 142

ସମ୍ବଲପୁର :ଆଜି ସମ୍ବଲପୁର ଜିଲ୍ଲାରେ ନବମ କରୋନା ରୋଗୀ ରୂପେ ଜଣେ ୨୨ବର୍ଷୀୟ ଯୁବକକୁ ଚିହ୍ନଟ କରାଯାଇଛି । ଗୁଜରାଟ ର ଅହମଦାବାଦରୁ ଏଠାକୁ ଆସିଲା ପରେ ତାକୁ ରେଢାଖୋଲ ଉପଖଣ୍ଡ ସ୍ଥିତ ସରକାରୀ କ୍ବାରେଣ୍ଟାଇନ କେନ୍ଦ୍ର ଲୁହାପଙ୍କ ଟିଏମସି ରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା । ପରୀକ୍ଷା ପରେ ତାର ସ୍ବାବ ନମୁନା ପଜିଟିଭ ବାହାରି ଥିବାରୁ ତାର ଚିକିତ୍ସା ପାଇଁ ତାକୁ କୋଭିଡ ହସ୍ପିଟାଲକୁ ପଠାଗଲା ବୋଲି ପ୍ରଶାସନିକ ସୂତ୍ର ରୁ ପ୍ରକାଶ । ଏହାର ପୂର୍ବ ମାମଲା ପରି ଏହି ରୋଗୀ ଦେହରେ ମଧ୍ୟ କରୋନା ର କୌଣସି ଲକ୍ଷଣ ଦେଖାଯାଇ ନାହିଁ । ଇତିମଧ୍ୟରେ ସମ୍ବଲପୁର ଜିଲ୍ଲାରେ ଜଣେ ରୋଗୀ ସୁସ୍ଥହୋଇ ନିଜ ଘରକୁ ଫେରି ଯାଇଛି ଓ ଏପର୍ଯ୍ୟନ୍ତ ୮ଟି ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

17 − two =