ଶେଷ ପର୍ଯ୍ୟାୟରେ ପୁରୀକୁ ଗଲା ୬୦ଖଣ୍ଡ କାଠ

0 414

ବୌଦ୍ଧ:ପୁରୀ ରଥଯାତ୍ରା ପାଇଁ ପୂର୍ବରୁ ୩ଟି ପର୍ଯ୍ୟାୟରେ ବୌଦ୍ଧ ବନଖଣ୍ଡରୁ ରଥକାଠ ଯାଇଥିବାବେଳେ ଶୁକ୍ରବାର ଦିନ ଶେଷ ପର୍ଯ୍ୟାୟରେ ଆଉ ୬୦ଖଣ୍ଡ ରଥକାଠ ୨ଟି ଟ୍ରକରେ ପୁରୀ ଅଭିମୁଖେ ଯାଇଥିବା ଜଣାପଡିଛି । ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗୁନ୍ଦୁଳିଆ ସେକସନରୁ ପୂର୍ବରୁ ସଂଗୃହିତ ହୋଇ ରଖାଯାଇଥିବା ବିଭିନ୍ନ ଆବଶ୍ୟକ କିସମର ୬୦ଟି କାଠକୁ ଦୁଇଟି ଟ୍ରକରେ ଜେସିବି ସାହାଯ୍ୟରେ ଲଦାଯାଇ ପଠାଯାଇଛି ।

hiring

ମନମୁଣ୍ଡା ରେଞ୍ଜ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାଠ ବୋଝେଇ କରି ପଠାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପୂର୍ବରୁ ମାଧପୁର ଓ ମନମୁଣ୍ଡା ରେଞ୍ଜ ମଧ୍ୟରୁ ୩ଟି ପର୍ଯ୍ୟାୟରେ ଆବଶ୍ୟକ ରଥକାଠ ପଠାଯାଇଥିଲା । ଚଳିତବର୍ଷ ରଥନିର୍ମାଣ ପାଇଁ ବୌଦ୍ଧ ବନଖଣ୍ଡରୁ ବହୁ ପରିମାଣର କାଠ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଖଳାକୁ ପ୍ରଶାସନର ସହାୟତାରେ ପଠାଯାଇଛି ।

hiranchal ad1
Leave A Reply

Your email address will not be published.

three × two =